www.samajalive.in
Saturday, December 13, 2025
26.1 C
Bhubaneswar

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଗଡମଧୁପୁର : ଧର୍ମଶାଳା ଥାନା ଅନ୍ତର୍ଗତ ମହିଶରା ପଂଚାୟତ ପାରିକ୍ଷେତ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ସେହି ଗାଁର ନେତ୍ରାନନ୍ଦ ବେହେରା(ବାଜିଆ) ବୟ ସ ୬୫। ବିଲ ବାଛିବାକୁ ଯାଇ ଘରକୁ ଫେରୁଥିବା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅନେକ ସମୟ ଧରି ନଫେରିବାରୁ ନିକଟରେ ଥିବା ଲୋକେ ସନ୍ଦେହରେ ପୋଖରୀ ଭିତରକୁ ଯାଇ ସେଠାରେ ମଧ୍ୟ ତାକୁ ଦେଖିବାକୁ ପାଇ ନଥିଲେ। ଏହାପରେ ପୋଖରୀରେ ଖୋଜା ଖୋଜି ମଧ୍ୟ କରିଥିଲେ। ନପାଇବାରୁ ଚଢେଇଧରା ସ୍ଥିତ ଦମକଳ କେନ୍ଦ୍ରକୁ ଜଣାଇବା ସହିତ ଜେନାପୁର ଥାନାକୁ ଜଣାଇଥିଲେ। ଦମକଳ ବାହିନୀ ବହୁ ଖୋଜା ଖୋଜି କଲାପରେ ମୃତଦେହକୁ ପୋଖରୀ ଭିତରୁ ଉଦ୍ଧାର କରିଥିଲା। ଏନେଇ ଜେନାପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories