www.samajalive.in
Thursday, December 11, 2025
23.1 C
Bhubaneswar

ଟୋକିଓ ପାରାଲିମ୍ପିକ୍‌ସ ଉଦ୍‌ଯାପିତ : ସାରା ବିଶ୍ବକୁ ବିଦାୟ ଦେଲା ଜାପାନ

ଟୋକିଓ : ଏକ ରଙ୍ଗାରଙ୍ଗ ଉତ୍ସବ ସହ ଟୋକିଓ ପାରାଲିମ୍ପିକ୍‌ସ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଫଳରେ ୧୫ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଯବନିକା ପଡ଼ିଛି। ଆତିଥ୍ୟ ପ୍ରଦାନ କରିଥିବା ଜାପାନବାସୀ ସାରାବିଶ୍ବକୁ ବିଦାୟ ନେଇଛନ୍ତି। ୩ ବର୍ଷ ପରେ ପ୍ୟାରିସ୍‌ରେ ୧୭ଶ ପାରାଲିମ୍ପିକ୍‌ସ ଆୟୋଜନ ହେବ। ପ୍ରଥମେ ସଂଗୀତ ଓ ନୃତ୍ୟରେ ଉଦ୍‌ଯାପନୀ ଉତ୍ସବ ଆରମ୍ଭ ହୋଇଥିଲା। ଆଗକୁ ବଢ଼ିବାର ବାର୍ତ୍ତା ନେଇ ଏହି ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଜାପାନର ଜାତୀୟ ପତାକା ଟୋକିଓର ଅଲିମ୍ପିକ୍‌ କ୍ରୀଡ଼ାଙ୍ଗନକୁ ଆସିଥିଲା ଏବଂ ପରେ ଜାପାନର ଜାତୀୟ ସଂଗୀତ ଗାନ କରା ଯାଇଥିଲା। ଏହାପରେ ସମସ୍ତ ପ୍ରତିଯୋଗୀ ଦେଶଙ୍କ ଧ୍ବଜା ବହନକାରୀ ପଡ଼ିଆ ମଧ୍ୟକୁ ଆସିଥିଲେ। ବନ୍ଧୁକ ଚାଳନାରେ ୧୯ ବର୍ଷ ବୟସ୍କା ଅବନୀ ଏକ ସ୍ବର୍ଣ୍ଣ ଓ କାଂସ୍ୟ ସହ ୨ଟି ପଦକ ଜିତିଥିବା ଅବନୀ ଲାଖାରା ଭାରତୀୟ ଜାତୀୟ ପତାକା ବହନ କରିଥିଲେ। ଏହି ପ୍ରତିଯୋଗିତାରେ ଭାରତର ୫୪ ଜଣ ପାରା ଆଥ୍‌ଲେଟ୍‌ ଭାଗ ନେଇଥିବା ବେଳେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ସହ ମୋଟ ୧୯ଟି ପଦକ ଜିତି ୨୪ତମ ସ୍ଥାନରେ ରହିଥିଲା। ପାରାଲିମ୍ପିକ୍‌ସର ୧୬ଶ ସଂସ୍କରଣରେ ୧୬୨ଟି ଦେଶରୁ ମୋଟ ୪,୫୩୭ କ୍ରୀଡ଼ାବିତ୍‌ ଭାଗ ନେଉଛନ୍ତି। ସେମାନେ ୨୨ଟି କ୍ରୀଡ଼ାର ୫୪୦ଟି ଇଭେଣ୍ଟରେ ଭାଗ ନେଇଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories