www.samajalive.in
Wednesday, December 10, 2025
16.1 C
Bhubaneswar

ଦୁନିଆରେ ସର୍ବଶ୍ରେଷ୍ଠ : ଗୁରୁ

ପ୍ରତିବର୍ଷ ସେପ୍ଟେମ୍ବର ୫ ଗୁରୁଦିବସ ଭାବେ ପାଳନ କରାଯାଏ। ଦେଶର ବହୁ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଏହିଦିନ। ତାଙ୍କ ଜନ୍ମଦିନକୁ ହିଁ ଗୁରୁଦିବସ ରୂପେ ପାଳନ କରାଯାଏ। । ଗୁରୁଙ୍କ ସ୍ଥାନ ଦୁନିଆରେ ସର୍ବଶ୍ରେଷ୍ଠ। ଗୁରୁ ଅସୀମ ଜ୍ଞାନର ଅଧିକାରୀ। ଏହାକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ସମାଜର ମେରୁଦଣ୍ଡ ଭାବେ ପରିଚିତ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଯାହାଙ୍କର ଅବଦାନ ସମାଜ, ଦେଶ ଏବଂ ଶିକ୍ଷା ପାଇଁ ଏକ ଆଶୀର୍ବାଦ ଅଟେ। ଗୁରୁଦିବସକୁ ସେପ୍ଟେମ୍ବର ୫ ତାରିଖରେ ପାଳନ କରିବାର ଏକ ପ୍ରଧାନ କାରଣ ରହିଛି। ସେପ୍ଟେମ୍ବର ୫ ହେଉଛି ଦେଶର ବହୁ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ । ସେ ଏକ ଧାରରେ ବିଦ୍ୱାନ, ରାଜନିତୀଜ୍ଞ ଓ ଏକ ମହାନ ଶିକ୍ଷକ ଥିଲେ।ସେ ଯେତେବେଳେ ୧୯୬୨ରେ ଭାରତର ରାଷ୍ଟ୍ରପତି ହୋଇଥିଲେ କିଛି ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୫ ତାରିଖ ଯାହା କି ତାଙ୍କର ଜନ୍ମ ଦିବସ ଥିଲା ,ସେହି ଦିନକୁ ବିଶେଷ ଭାବେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ସେ ସମଗ୍ର ଶିକ୍ଷକ ସମାଜକୁ ସମ୍ମାନ ଦେବା ପାଇଁ ନିଜ ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରିବା ନିମନ୍ତେ କହିଥିଲେ। ସେବେ ଠାରୁ ଏହି ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଇଥାଏ।
ଗୁରୁ ଅସୀମ ଜ୍ଞାନର ଅଧିକାରୀ। ଏକ ସୁନ୍ଦର କାହାଣୀ ମାଧ୍ୟମରେ ଜାଣନ୍ତୁ……..
ଜଣେ ରାଜା ଥିଲେ। ତାଙ୍କୁ ଲେଖାପଢାର ଖୁବ ସଉକ ଥିଲା। ଏକଦା ମନ୍ତ୍ରୀ ପରିଷଦଙ୍କ ଜରିଆରେ ସେ ନିଜ ପାଇଁ ଏକ ଗୁରୁଙ୍କ ବ୍ୟବସ୍ଥା କରିବାକୁ ଜଣାଇଲେ। ଗୁରୁ ମଧ୍ୟ ରାଜାଙ୍କୁ ପଢାଇବାକୁ ପ୍ରତିଦିନ ଆସିବାକୁ ଲାଗିଲେ। ମାତ୍ର ରାଜାଙ୍କୁ କୌଣସି ଲାଭ ମିଳିବା ଭଳି ଅନୁଭବ ହେଲା ନାହିଁ। ରାଜା ଖୁବ ଚିନ୍ତିତ ରହିଲେ। ସେ ଗୁରୁଙ୍କ ଯୋଗ୍ୟତା ଓ ପ୍ରତିଭା ଉପରେ ମଧ୍ୟ ପ୍ରଶ୍ନ ଉଠାଇବାକୁ କୁଣ୍ଠା ପ୍ରକାଶ କଲେ, କାରଣ ସେ ଖୁବ ପ୍ରସିଦ୍ଧ ଗୁରୁ ଥିଲେ। ମାତ୍ର ଗୋଟିଏ ଦିନ ରାଣୀ ରାଜାଙ୍କୁ ପରାମର୍ଶ ଦେଇ କହିଲେ, ରାଜା ଆପଣ ଗୁରୁଙ୍କ ଏ ବିଷୟରେ ଥରେ ପଚାରି ଦେଖନ୍ତୁ। ଥରେ ରାଜା ସାହସ କରି ଗୁରୁଙ୍କ ସମ୍ମୁଖରେ ପଚାରିଲେ, ହେ ଗୁରୁଦେବ କ୍ଷମା କରନ୍ତୁ, ମୁଁ ବହୁ ମାସରୁ ଆପଣଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛି। ମାତ୍ର ମତେ କୌଣସି ଲାଭ ମିଳୁ ନାହିଁ, ଏହାର କାରଣ କ’ଣ? ଗୁରୁଜୀ ଖୁବ ଶାନ୍ତ ସ୍ୱରରେ ଉତ୍ତର ଦେଲେ , ରାଜା ଏହାର କାରଣ ଖୁବ ସରଳ। ଏହା ଶୁଣି ରାଜା କହିଲେ , ମତେ ଶୀଘ୍ର ଏହାର ଉତ୍ତର ଦିଅନ୍ତୁ ଗୁରୁଦେବ।
ଗୁରୁଜୀ କହିଲେ, ରାଜା କଥା ଖୁବ ସରଳ। ମାତ୍ର ଆପଣ ନିଜେ ବଡ଼ ଓ ଅଂହକାର କାରଣରୁ ଏହାକୁ ବୁଝି ପାରୁ ନାହାନ୍ତି। ଯାହା ଫଳରେ ଆପଣ ଚିନ୍ତିତ ଓ ଦୁଃଖୀ ହେଉଛନ୍ତି। ମାନୁଛି ଆପଣ ଜଣେ ବଡ଼ ରାଜା। ବିଭିନ୍ନ ଦୃଷ୍ଟି କୋଣରୁ ଆପଣ ମୋ ଠାରୁ ପଦବୀ, ପ୍ରତିଷ୍ଠାରେ ବଡ଼, ମାତ୍ର ଏଠାରେ ଆପଣଙ୍କର ଓ ମୋର ସମ୍ପର୍କ ହେଉଛି କେବଳ ଗୁରୁ ଓ ଶିଷ୍ୟର।
ଗୁରୁ ହେବା ଦୃଷ୍ଟିରୁ ମୋ ସ୍ଥାନ ଆପଣଙ୍କ ଠାରୁ ଉଚ୍ଚରେ ହେବା ଆବଶ୍ୟକ। ମାତ୍ର ଆପଣ ସ୍ୱୟଂ ଉଚ୍ଚ ସିଂହାସନରେ ବସୁଛନ୍ତି। ଏବଂ ମତେ ତଳେ ଆସନରେ ବସାଉଛନ୍ତି। ଏହାସହ ମନରେ ମଧ୍ୟ ରାଜା ହେବାର ଅହଂଭାବ ରଖୁଛନ୍ତି। କେବଳ ଏହି କାରଣରୁ ହିଁ ଆପଣଙ୍କୁ କୌଣସି ଶିକ୍ଷା ପ୍ରାପ୍ତି ହେଉ ନାହିଁ କି ଜ୍ଞାନ ପ୍ରାପ୍ତି ହେଉ ନାହିଁ। ଆପଣ ରାଜା ହୋଇଥିବାରୁ ମୁଁ ସିଧାସଳଖ ଏହି କଥା ଜଣାଇ ପାରୁ ନଥିଲି। କାଲି ଠାରୁ ଯଦି ଆପଣ ମତେ ଉଚ୍ଚ ଆସନରେ ବସାଇବା ସହ ସ୍ୱୟଂ ତଳେ ଆସନରେ ବସିବେ ତେବେ ଆପଣଙ୍କ ସମସ୍ୟାର ନିଶ୍ଚୟ ସମାଧାନ ହୋଇଯିବ।
ଏହା ଶୁଣି ରାଜାଙ୍କୁ ନିଜର ଭୁଲକୁ ସ୍ୱୀକାର କରିବା ସହ ନିଜ ଭୁଲକୁ ସୁଧାରିଲେ। ଏହାସହ ଗୁରୁଙ୍କ ଠାରୁ ଶିକ୍ଷା ମଧ୍ୟ ପ୍ରାପ୍ତି କଲେ।
ଏହି ସୁନ୍ଦର କାହାଣୀର ସାରାଂଶ ହେଉଛି , ଆମେ ନିଜେ ସମ୍ପର୍କ, ପଦବୀ, ଧନବୈଭବ ଯେଉଁଥିରେ ମଧ୍ୟ ଉଚ୍ଚ ସ୍ଥାନରେ ରହିଲେ ମଧ୍ୟ ଗୁରୁଙ୍କୁ ସର୍ବଦା ଉଚ୍ଚରେ ରଖିବା ସହ ତାଙ୍କୁ ଯଥେଷ୍ଟ ସମ୍ମାନ ଦେବା ଉଚିତ। କେବଳ ଉଚ୍ଚ ନୀଚ୍ଚ ଆସନରେ ନୁହେଁ ବରଂ ମନରୁ ମଧ୍ୟ ଗୁରୁଙ୍କୁ ସମ୍ମାନ ଦେବା ନିତ୍ୟାନ୍ତ ଆବଶ୍ୟକ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories