www.samajalive.in
Saturday, December 13, 2025
26.1 C
Bhubaneswar

ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଔଷଧ ତାଲିକାରେ ପରିବର୍ତ୍ତନ କରିଛନ୍ତି। କର୍କଟ, ମଧୁମେହ ଓ ଯକ୍ଷ୍ମା ପରି ଜଟିଳ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ୩୯ଟି ଔଷଧକୁ ନୂତନ ଭାବେ ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ କରାଯାଇଛି। ଫଳରେ ଏହି ଔଷଧଗୁଡ଼ିକ କମ୍‌ ମୂଲ୍ୟରେ ଉପଲବ୍ଧ ହେବ। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)ର ବିଶେଷଜ୍ଞଙ୍କ ସୁପାରିସ ଅନୁଯାୟୀ ଅତ୍ୟାବଶ୍ୟକ ତାଲିକାରୁ ୧୬ଟି ହଟାଯାଇ ନୂତନ ଭାବେ ୩୦ ଔଷଧ ସାମିଲ କରାଯାଇଛି। ଏବେ ଅତ୍ୟାବଶ୍ୟକ ତାଲିକାରେ ୩୯୯ ଔଷଧ ରହିଛି। ଏପରି ଔଷଧଗୁଡ଼ିକର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥା’ନ୍ତି। ଆଇସିଏମଆର ପକ୍ଷରୁ ପ୍ରସ୍ତୁତ ଏହି ଔଷଧ ତାଲିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ୍‌ ମାଣ୍ଡଭ୍ୟଙ୍କୁ ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଔଷଧ ଓ ସ୍ବାସ୍ଥ୍ୟ ଉତ୍ପାଦ ସ୍ଥାୟୀ ସମିତି ଏସବୁର ମୂଲ୍ୟ ନିର୍ଦ୍ଧାରଣ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories