www.samajalive.in
Wednesday, December 10, 2025
14.1 C
Bhubaneswar

ଦୂତିଙ୍କ ଅଭିଯୋଗ ପରେ, ୱେବ୍‌ ପୋର୍ଟାଲ ସମ୍ପାଦକ ଓ ସାମ୍ବାଦିକଙ୍କୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଧାବିକା ଦୂତିଚାନ୍ଦଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ତାଙ୍କ ବିରୋଧରେ ନକାରାତ୍ମକ ଖବର ପ୍ରସାରଣ କରାଯାଇଥିଲା। ଏନେଇ ଗତ ବୁଧବାର ଦୂତି ଚାନ୍ଦ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରି ଖବର ପ୍ରସାରଣ କରିଥିବା ୱେବ୍‌ପୋର୍ଟାଲର ସମ୍ପାଦକ ସୁଧାଂଶୁ ରାଉତ ଏବଂ ସେହି ସଂସ୍ଥାର ସାମ୍ବାଦିକ ସ୍ମୃତିରଞ୍ଜନ ବେହେରାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଶୁକ୍ରବାର ଅପରାହ୍ଣରେ କମିସନରେଟ୍‌ ପୁଲିସର ଏକ ଦଳ ଝାରପଡ଼ାସ୍ଥିତ ଫୋକସ୍ ଓଡ଼ିଶା ନାମକ ୱେବ୍‌ପୋର୍ଟାଲ୍‌ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ସମ୍ପାଦକ ଏବଂ ସାମ୍ବାଦିକଙ୍କୁ ଆଣି ପୁଲିସ ଜେରା କରୁଛି।

ସେହିପରି ଦୂତି ମଧ୍ୟ ଥାନାକୁ ଆସି ତାଙ୍କ ପାଖରେ ଥିବା ପ୍ରମାଣ ଦେଇଥିଲେ। ପୁଲିସ ସନ୍ଧ୍ୟା ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କୁ ଥାନାରେ ପଚରାଉଚରା କରୁଥିବା ଜଣାପଡ଼ିଛି। ଦୂତିଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ ଅଶାଳୀନ ମନ୍ତବ୍ୟ ଦେଇ ନିର୍ଯାତନା ଦେବା ଏବଂ ତାଙ୍କୁ ଭୟଭୀତ କରି ଟଙ୍କା ଆଦାୟ ଲାଗି ପ୍ରୟାସ କରାଯିବା ଓ ଧମକ ଦେବା ଭଳି ମାମଲା ରୁଜୁ କରିଛି। ଜଣେ ସୂଚନା ଅଧିକାର କର୍ମୀଙ୍କ ବିରୋଧରେ ମଧ୍ୟ ଦୂତି ଅଭିଯୋଗରେ ନାମ ଉଲ୍ଲେଖ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories