www.samajalive.in
Saturday, December 13, 2025
14.1 C
Bhubaneswar

୧୪ରେ ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ

ସମ୍ବଲପୁର :ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ ହୋଯାଇଛି। ଆସନ୍ତା ୧୪ତାରିଖ ପୂର୍ବାହ୍ନ ୮ଟା ୧୦ ମିନିଟରୁ ୮ଟା ୪୦ ମଧ୍ୟରେ ମାଁ ସମଲେଇଙ୍କ ଠାରେ ନବାହ୍ନ ଲାଗି ହେବ। ଏଣୁ ସମ୍ବଲପୁର ସହର ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଠାରେ ଶ୍ରୀ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ବସି ସୋମବାର ଅପରାହ୍ନ ୪ଟାରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି। ପ୍ରଥମେ ବିଷ୍ଣୁ ସହସ୍ର ନାମ ଜପ ପରେ ମାଁ ସମଲେଶ୍ୱରୀଙ୍କ ରାଶି ଅନୁଯାୟୀ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ମାଁ ସମଲେଶ୍ୱରୀଙ୍କ ୨୪/୧୧ ଶତଭିସା କୁମ୍ଭ ରାଶି ହୋଇଥିବା ବେଳେ ମନ୍ତ୍ର ଉଚାରଣ ପରେ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ପ୍ରଥମେ ମାଁଙ୍କ ଠାରେ ନବାହ୍ନ ଭୋଗ ଲାଗି ହେବା ପରେ ଅନ୍ୟ ଦେବା ଦେବୀଙ୍କ ଠାରେ ନୂଆଁଲାଗି ହେବ। ଏହା ପରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇବେ। ତେବେ ଲଗ୍ନ ଧାର୍ଯ୍ୟ ହେବା ପରେ ନୂଆଁଖାଇ ପାଇଁ ଯୋରସୋର ପ୍ରସ୍ତୁତି ଆରମ୍ଭ ହେବ। ଲଗ୍ନ ଧାର୍ଯ୍ୟରେ ପଣ୍ଡିତ ମହାସଭାର ଅମର ନାଥ ମିଶ୍ର, ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର କର ଶର୍ମା, ମହେନ୍ଦ୍ର ପୂଜାରୀ, କମଳକାନ୍ତ ମିଶ୍ର, ଶୈଳେନ୍ଦ୍ର ପୂଜାରୀ, ସୁରେଶଚନ୍ଦ୍ର ଦେବତା, ଗୋପୀନାଥ ପଣ୍ଡା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରଭୁଦତ୍ତ ନାୟକ ପ୍ରମୁଖ ପଣ୍ଡିତ ଯୋଗ ଦେଇଥିଲେ। ଏଥିସହ ବ୍ରହ୍ମପୁରା ମନ୍ଦିର କମିଟି ସଭାପତି ସରୋଜ ଦଳପତ, ସୁମନ୍ତ କୁମାର ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ସୁଶାନ୍ତ ପୁରୋହିତ, ପାର୍ଥ ସାରଥୀ ମିଶ୍ର, ପ୍ରାଣରଞ୍ଜନ ପଣ୍ଡା ଓ ଅଭିଷେଖ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories