www.samajalive.in
Friday, December 12, 2025
19.1 C
Bhubaneswar

ନାବାଳିକା ନିଖୋଜ ନେଇ ଥାନାରେ ଏତଲା

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କେଶରିଗୁଡା ପଞ୍ଚାୟତ ବେସରଗୁଡା ଗାଁର ଜଣେ ନାବାଳିକା ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଛି। ଶନିବାର ଏ ନେଇ ନିଖୋଜ ନାବାଳିକାଙ୍କ ଦାଦା ମୋହନା ଚାଇଲ୍ଡ ଲାଇନ ସହାୟତାରେ ଅଡବା ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ଅଡବା ପୁଲିସ। ଅଭିଯୋଗ ଅନୁଯାୟୀ ଗତ ଅଗଷ୍ଟ ୬ ରାତ୍ର ୮ ଘଟିକା ସମୟ ପର୍ଯ୍ୟନ୍ତ ନାବଳିକା ଘରକୁ ନଫେରିବାରୁ ପରିବାର ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିଲା। ଏହାପରେ ପରିବାର ଲୋକେ ବିଭିନ୍ନ ଆଡେ ଖୋଜା ଖୋଜି କରିଥିଲେ ମାତ୍ର ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ପୂର୍ବରୁ ଗାଁର ୪ ଜଣ ନାବାଳିକା ମଧ୍ୟ ସେହି ଦିନଠାରୁ କେଉଁ ଆଡେ ଚାଲିଯାଇଥିବା ଜଣା ପଡିଥିଲା। ଇତି ମଧ୍ୟରେ ପରିବାର ଲୋକେ ନିଜ ସମ୍ପର୍କୀୟ ଘର, ବିଭିନ୍ନ ଗ୍ରାମ ତଥା ବନ୍ଧୁବାନ୍ଧବଙ୍କ ଘରେ ଖୋଜା ଖୋଜି କରିଥିଲେ ହେଲେ ନାବାଳିକାର କୌଣସି ସନ୍ଧାନ ନମିଳୀବାରୁ ମୋହନା ଚାଇଲ୍ଡ ଲାଇନ ସହାୟତାରେ ଅଡବା ଥାନାରେ ଏତଲା ଦେଇଥିବା ଜଣା ପଡିଛି। ଏ ସମ୍ପର୍କରେ ଅଡବା ଥାନାଧିକାରୀ ମୁକେଶ ଲାକ୍ରାଙ୍କୁ ପଚାରିବାରୁ ସେ ଏଥିନେଇ ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories