www.samajalive.in
Friday, December 12, 2025
19.1 C
Bhubaneswar

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଘଟଣା

ପିପିଲି : ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସ୍ୱାଇଁ (୫୦)ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ମାଡ ମରାଯିବା ଘଟଣାକୁ ନେଇ ପିପିଲି ବ୍ଲକ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରୀୟା ପ୍ରକାଶ ପାଇଛି। ଆଗାମୀ ୨ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବ୍ଲକ କର୍ମଚାରୀମାନେ ସମୁହ କଲମ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାଇ, ଯଶୁଆପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଶ୍ୟାମସୁନ୍ଦର ସ୍ୱାଇଁ ଗତ ୧ ତାରିଖ ଅପରାହ୍ନରେ ସରକାରୀ କାର୍ଯ୍ୟ ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ରାମଚନ୍ଦ୍ର ମହାପାତ୍ର ପିଇଓ ଶ୍ରୀସ୍ୱାଇଁଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ। ମାଡ ମାରିବାପରେ ତାଙ୍କୁ କାର୍ଯ୍ୟାଳୟ ଗୃହ ମଧ୍ୟରେ ପୁରାଇ ତାଲା ପକାଇ ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ସାତଶଙ୍ଖ ଫାଣ୍ଡି ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ସେ ପିପିଲି ବିଡିଓଙ୍କୁ ଅବଗତ କରାଇବା ସହ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ସୋମବାର ପିପିଲି ବ୍ଳକ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ଏନେଇ ବ୍ଲକ କର୍ମଚାରୀଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପିଇଓ ଶ୍ରୀସ୍ୱାଇଁଙ୍କୁ ମାଡ ମରାଯିବା ଘଟଣାକୁ କର୍ମଚାରୀମାନେ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆସନ୍ତା ୨ଦିନ ମଧ୍ୟରେ ମାଡ ମାରିଥିବା ଅଭିଯୁକ୍ତ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସମସ୍ତ କର୍ମଚାରୀମାନେ ସମୁହ ଭାବେ କଲମଛାଡ ଆନ୍ଦୋଳନ କରିବେ ବୋଲି ଲିଖିତ ଭାବେ ବିଡିଓ ଶ୍ୟାମସୁନ୍ଦର ଟୁଡୁଙ୍କୁ ଜଣାଇଛନ୍ତି। ବିଡିଓ ଏସମ୍ପର୍କରେ ପୁରୀ ଜିଲାପାଳ, ପିଡି ଡିଆର୍‍ଡିଏ ଓ ପିପିଲି ପୁଲିସକୁ ଅବଗତ କରାଇଥିବା ସୂଚନା ମିଳିଛି। ତେବେ ଅଭିଯୋଗ ମିଳିବା ପରେ ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ଓ ଅଭିଯୁକ୍ତ ଫେରାର୍‍ ଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ସମ୍ପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories