www.samajalive.in
Saturday, December 13, 2025
14.1 C
Bhubaneswar

ବର୍ଷା ଓ ବନ୍ୟା ଯୋଗୁଁ ଚଳିତ ବର୍ଷ ୧୪୦୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଚଳିତ ବର୍ଷ ମୌସୁମୀ ବର୍ଷା ଏବଂ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୦ଟି ରାଜ୍ୟରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କେବଳ କେରଳ ବନ୍ୟା ଯୋଗୁଁ ୪୮୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର(ଏନଡିଆରସି) କହିଛି ଯେ କେରଳରେ ବର୍ଷା ଏବଂ ବନ୍ୟା ଯୋଗୁଁ ୪୮୮ ଜଣଙ୍କର ମୃତ୍ୟୁ ଘଟିଛି। କେରଳର ୧୪ଟି ଜିଲ୍ଲାରେ ପ୍ରାୟ ୫୪.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
ବିଗତ ୧୦୦ ବର୍ଷ ମଧ୍ୟରେ ଏହି ବର୍ଷା ଓ ବନ୍ୟା କେରଳରେ ସର୍ବାଧିକ କ୍ଷୟକ୍ଷତି ଘଟାଇଛି। ବନ୍ୟା ଯୋଗୁଁ ରାଜ୍ୟରେ ୧୪.୫୨ ଲକ୍ଷ ଲୋକ ବିସ୍ଥାପିତ ହୋଇ ରିଲିଫ୍‍ ଶିବିରରେ ରହୁଛନ୍ତି। ୫୭,୦୨୪ ହେକ୍ଟରରୁ ଅଧିକ ଜମିର ଫସଲ ନଷ୍ଟ ହୋଇଛି।
ଏନଡିଆରସି ଅନୁସାରେ ଉତ୍ତର ପ୍ରଦେଶରେ ୨୫୪, ପଶ୍ଚିମବଙ୍ଗରେ ୨୧୦, କର୍ଣ୍ଣାଟକରେ ୧୩୯, ଗୁଜରାଟରେ ୫୨, ଆସାମରେ ୫୦, ଉତ୍ତରାଖଣ୍ଡରେ ୩୭, ଓଡ଼ିଶାରେ ୨୯ ଏବଂ ନାଗାଲାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସବୁ ରାଜ୍ୟରେ ୪୩ ଲୋକ ନିଖୋଜ ଥିବା ଜଣାପଡିଛି।
କେରଳରେ ୧୫, ଉତ୍ତର ପ୍ରଦେଶରେ ୧୪, ପଶ୍ଚିମବଙ୍ଗରେ ୫, ଉତ୍ତରାଖଣ୍ଡରେ ୬ ଏବଂ କର୍ଣ୍ଣାଟକରେ ୩ ଜଣ ନିଖୋଜ ଅଛନ୍ତି। ଏହି ୧୦ ଟି ରାଜ୍ୟରେ ବନ୍ୟା ଜନିତ ଦୁର୍ଘଟଣାରେ ୩୮୬ ଲୋକ ଆହତ ହୋଇଛନ୍ତି। ଓଡ଼ିଶାର ୩୦ଟି ଜିଲ୍ଲା, ମହାରାଷ୍ଟ୍ରର ୨୬, ଆସାମର ୨୫, ଉତ୍ତର ପ୍ରଦେଶର ୨୩, ପଶ୍ଚିମବଙ୍ଗର୨୩, କେରଳର ୧୪, ଉତ୍ତରାଖଣ୍ଡର ୧୩, କର୍ଣ୍ଣାଟକର ୧୧, ନାଗାଲାଣ୍ଡର ୧୧ ଏବଂ ଗୁଜରାଟର ୧୦ଟି ଜିଲ୍ଲା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଆସାମରେ ପ୍ରାୟ ୧୧.୪୭ ଲକ୍ଷ ଲୋକ ବର୍ଷା ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ୨୭,୯୬୪ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories