www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ଵ ନାରିକେଳ ଦିବସରେ ନଡିଆ ଚାରାରୋପଣ

ସୁଆଣ୍ଡୋ :  ପ୍ରତିବର୍ଷ ସେପ୍ଟେମ୍ବର ଦୁଇ ତାରିଖ ବିଶ୍ଵ ନାରିକେଳ ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ବ୍ଲକର ବିଭିନ୍ନ ସ୍ଥାନରେ ନାରିକେଳ ଦିବସ ପାଳନ କରାଯାଇଛି । ସାଣ୍ଢରା ଶାସନ ସ୍ଥିତ ବବିନା ଫାର୍ମ ହାଉସ ପରିସରରେ ବିଶ୍ଵ ନାରିକେଳ ଦିବସ ପାଳନ କରାଯାଇଥିଲା । ଫାର୍ମ ହାଉସ ପରିସରରେ ନଡିଆ ଚାରା ରୋପଣ କରାଯାଇଥିଲା ।
ଏଥିରେ ଡ ବିଶ୍ଵନାଥ ରଥ ମୁଖ୍ୟଅତିଥି ଓ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଫନି ବାତ୍ୟା ରାଜ୍ୟର କ୍ଷତିଗ୍ରସ୍ତ ନଡ଼ିଆ ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଅଣତିରିଶ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ଓ ପିତାପଲ୍ଲୀ ସରକାରୀ ଫାର୍ମ ହାଉସ ପକ୍ଷରୁ ମାଗଣାରେ ନଡ଼ିଆ ଚାରା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟଅତିଥି କହିଥିଲେ । ସଭାରେ ବିଶ୍ଵଜିତ ବଡଜେନା ଚିତରଞ୍ଜନ  ଆଚାର୍ଯ୍ୟ  ପୂର୍ଣ୍ଣାନନ୍ଦ ତ୍ରିପାଠୀ ଆଦିକନ୍ଦ ଶ୍ରୀଚନ୍ଦନ ଗଙ୍ଗାଧର ସାହୁ ପ୍ରମୁଖ ନଡ଼ିଆ ଚାଷୀମାନେ ଉପସ୍ଥିତ ରହିଥିଲେ । ସେହିପରି ଜରକବର ଗ୍ରାମରେ ଡ ଶାନ୍ତିଲତା ଅଧିକାରୀ ଗ୍ରାମବାସୀଙ୍କ ସହିତ ନାରିକେଳ ବୃକ୍ଷ ପୂଜାଅର୍ଚ୍ଚନା କରି ଶିଶୁମାନଙ୍କ ସହିତ ନଡ଼ିଆ ଚାରା ରୋପଣ କରିଥିଲେ । ସାକ୍ଷୀଗୋପାଳ ଅଞ୍ଚଳର ଲୋକଙ୍କ ଘରବାଡି ଠାରୁ ଆରମ୍ଭକରି ବାଡ଼ି ବଗିଚା ପୋଖରୀ ହୁଡା ଆଦି ସବୁ ଜାଗାରେ ଲୋକମାନେ ନଡ଼ିଆ ଗଛ ଲଗାଇଥାନ୍ତି । ଗତ ଫନି ବାତ୍ୟାରେ ସାକ୍ଷୀଗୋପାଳ ନଡ଼ିଆ ଚାଷୀଙ୍କ ନଡ଼ିଆ ଗଛ ବହୁ ସଂଖ୍ୟାରେ ଭାଙ୍ଗିରୁଜି ଯାଇଥିଲା । ବିଶ୍ଵ ନାରିକେଳ ଦିବସ ଅବସରରେ ରାୟଖଣ୍ଡି ବଳପୁର ରାଇଚକ୍ରଧରପୁର ବିଶ୍ଵନାଥପୁର ଶ୍ରୀରାମଚନ୍ଦ୍ର ପୁର ସୁଆଣ୍ଡୋ ଅଳଗୁମ ବନପୁର ସାରଙ୍ଗଯୋଡି ଦୁଗଲ ବୀରଗୋବିନ୍ଦ ପୁର ଆଦି ଗ୍ରାମ ଗୁଡିକରେ ଲୋକମାନେ ଉତ୍ସାହଜନକ ଭାବେ ବିଶ୍ୱ ନାରିକେଳ ଦିବସରେ ନଡ଼ିଆ ଚାରା ଲଗାଇଥିବା ଦେଖିବାକୁ ମିଳିଥିଲା ।

 

- Advertisement -

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories