www.samajalive.in
Saturday, December 13, 2025
14.1 C
Bhubaneswar

ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା

ଗୁଆହାଟି/ଶିଲଂ: ଆସାମ ଓ ମିଜୋରାମ ମଧ୍ୟରେ ଜଣେ ଶ୍ରମିକଙ୍କୁ ଅପହରଣ କରାଯିବା ଅଭିଯୋଗକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ଦୁଇ ରାଜ୍ୟ ମଧ୍ୟରେ ବିବାଦୀୟ ସୀମାନ୍ତରୁ ଜଣେ ନିର୍ମାଣ ଶ୍ରମିକଙ୍କୁ ଆସାମ ପୁଲିସ ଅପହରଣ କରିନେଇଛନ୍ତି ବୋଲି ମିଜୋରାମ ଅଭିଯୋଗ କରିବା ପରେ ସୀମାରେ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆସାମର ହଇଲାକାଣ୍ଡି ଜିଲା ସୀମାରେ ଏହି ଘଟଣା ଘଟିଛି। ମିଜୋରାମ କହିଛି ଯେ ଆଇତଲାଙ୍ଗ ଅଞ୍ଚଳରେ ଜଣେ ମାଟି ଖନନକାରୀ ଶ୍ରମିକଙ୍କୁ ଆସାମ ପୁଲିସ କର୍ମଚାରୀ ଅପହରଣ କରିନେଇଛନ୍ତି। ଇତିମଧ୍ୟରେ ମିଳିଥିବା ରିପୋର୍ଟ ଅନୁଯାୟୀ ଆସାମ ପୁଲିସ ପାଲଟା ଅଭିଯୋଗ କରିଛି ଯେ, ମିଜୋରାମ ସରକାର ଆସାମ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରି ଏଲଏମଜି ଭୟ ଦେଖାଇ ଗୋଟିଏ ଶିବିର ସ୍ଥାପନ ସହିତ ଦୁଇଟି ବଙ୍କର ନିର୍ମାଣ କରିଛନ୍ତି। ଏହାଦ୍ୱାରା ଆସାମ-ମିଜୋରାମ ସୀମାରେ ଆଉ ଏକ ଗଣ ନରସଂହାର ପରିସ୍ଥିତି ସୃଷ୍ଟି କରିବାର ଅପଚେଷ୍ଟା କରାଯାଉଛି।

ମିଜୋରାମର କୋଲାସିବ ଉପାୟୁକ୍ତ ଏଚ ଲାଲଥାଙ୍ଗଲିଆନା ଆସାମରେ ତାଙ୍କ ପ୍ରତିପକ୍ଷଙ୍କ ନିକଟକୁ ପତ୍ରଲେଖି ଅଭିଯୋଗ କରିଛନ୍ତି ଯେ ମାଟି ଖୋଳୁଥିବା ଜଣେ ଶ୍ରମିକ ଲାଲନାରାମ୍ମାୱିଆଙ୍କୁ ଆଖିରେ ପଟି ବାନ୍ଧି ବନ୍ଧୁକ ମୁନାରେ ଆସାମ ପୁଲିସର କର୍ମଚାରୀମାନେ ଆଇତଲାଙ୍ଗ ଅଞ୍ଚଳରୁ ଅପହରଣ କରିନେଇଛନ୍ତି। ମିଜୋରାମ ପୁଲିସ ଅଧିକାରୀ ଆଉ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆସାମ ପୁଲିସ କର୍ମଚାରୀମାନେ ନିର୍ମାଣ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହିତ ଗୋଟିଏ ମାଟ ଖନନକାରୀ ଯନ୍ତ୍ରକୁ ନଷ୍ଟ କରିଦେଇଛନ୍ତି। ଆସାମ ପୁଲିସର ବରିଷ୍ଠ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଅପହରଣ ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲାଲଥାଙ୍ଗଲିଆନା ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ ୨୬ରେ ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ବିସ୍ଫୋରକ ରୂପ ନେବା ସହିତ ଆକ୍ରମଣ ପ୍ରତି ଆକ୍ରମଣ ଘଟି ଆସାମ ପୁଲିସର ୬ ଜଣ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ଅନ୍ୟ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଦୁଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ।

Hot this week

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

Related Articles

Popular Categories