www.samajalive.in
Sunday, December 7, 2025
23.1 C
Bhubaneswar

ବର୍ଷାରେ ବେହାଲ ରାଜଧାନୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାତାର ଜାରି ରହିଥିବା ବର୍ଷାର ପ୍ରଭାବରେ ମହାମାୟା ପ୍ଲାଇଓଭରର ନିକଟରେ ଏକ୍ସପ୍ରେସୱେ ଓ ରିଙ୍ଗ ରୋଡ ସମେତ ଅନେକ ସ୍ଥାନ ଜଳମଗ୍ନ ହୋଇଥିବାରୁ ରାସ୍ତାଘାଟ ଜାମ୍‍ ହୋଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାନବାହନ ଚଳାଚଳ ତଥା ପାଦରେ ଯାଉଥିବା ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବର୍ଷା କାରଣରୁ ସାମ୍ଭାବ୍ୟ ବିପଦକୁ ନଜରରେ ରଖି ଲୋକଙ୍କୁ ଟ୍ରାଫିକର ସଠିକ ନିୟମ ପାଳନ କରିବାକୁ କୁହାଯାଉଛି। ବିପଦପୂର୍ଣ୍ଣ ଘର ଭିତରେ ନରହିବା ସହ ଆବଶ୍ୟକ ନହେଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି।
ବିଭାଗର କହିବାନୁଯାୟୀ, ବର୍ଷା କାରଣରୁ ରାସ୍ତାରେ ଜଳ ଜମିବା ସହ ଅନେକ ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇ ରହିଛି।
ସେହିଭଳି ଆଜି ସକାଳୁ ଦିଲ୍ଲୀ ସହ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଆଜି ଲଗାତାର ୩ ଦିନ ହେବ ଦିଲ୍ଲୀରେ ବର୍ଷା ଲାଗି ରହିଛି। ଦିଲ୍ଲୀ ସହ ନୋଏଡା, ଦାଦରୀ,ଗ୍ରେଟର ନୋଏଡା, ଗୁରୁଗ୍ରାମ,ଫରିଦାବାଦ, ମାନେସର, ସୋହନା, ଆଦି ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ଲୋକଙ୍କ ସମସ୍ୟା ପୁଣି ବୃଦ୍ଧି ପାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories