www.samajalive.in
Saturday, December 6, 2025
23.1 C
Bhubaneswar

ଜନ୍ମଦିନରେ ମନେ ପଡିଲେ ଅଭିମନ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ବିଜେଡି ପକ୍ଷରୁ  ସ୍ବର୍ଗତ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଭିମନ୍ୟୁ ସାହୁଙ୍କ ଆଜି ୫୨ତମ ଜନ୍ମ ଦିବସ ପାଳନ ହୋଇଛି । ଟିଟିଲାଗଡ଼ ଅଞ୍ଚଳର ବିକାଶ ତଥା ବିଜେଡିର ସଂଗଠନକୁ ମଜଭୁତ କରିବାରେ ଅଭିମନ୍ୟୁଙ୍କ ଏକ ବୃହତ ଯୋଗଦାନ ରହିଥିଲା । ଏହି ଅବସରରେ ସକାଳ ୮ଟାରେ ସହରର ବୀର ହନୁମାନ ବ୍ୟାୟାମଶାଳା ଛକ ସ୍ଥିତ ଦିବଂଗତ ଅଭିମନ୍ୟୁଙ୍କ ପ୍ରତିମୂର୍ତ୍ତିରେ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ ସହ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଜେଡି ପକ୍ଷରୁ ଜନ୍ମ ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅନ୍ତର୍ଗତ ୨୪ଟି ଗ୍ରାମ ପଞ୍ଚାୟତରେ ଦଳୀୟ କର୍ମୀ ୧୦୦ଟି ଲେଖାଏଁ ଚାରା ରୋପଣ ଅଭିଯାନରେ ସାମିଲ ହୋଇଛନ୍ତି ।  କାର୍ୟ୍ୟକ୍ରମରେ ଦଳର ରାଜ୍ୟ ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ, ଜିଲା କୋଷାଧ୍ୟକ୍ଷ ପ୍ରେମ ଜୈନ, ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିନିଧି ଅରୁଣ ମିଶ୍ର, ଚନ୍ଦ୍ରାବଦନ ପୁରୋହିତ, ରୁଟୁ ବାଗ, ରବି ବାଗ, ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ପୂର୍ବ ଅଧ୍ୟକ୍ଷା ଗୀତା ବିଶି, ଆଇନଜୀବୀ ଶ୍ୟାମାପ୍ରସାଦ ଗରିଆ, ସୁଧୀର ମିଶ୍ର, ରଘୁନାଥ ରଥ, ସୁକାନ୍ତି ପାଢ଼ୀ,ଅଞ୍ଜନା ବର୍ମା, ସରିତା ବେହେରା, ଜିଲା ପରିଷଦ ସଭ୍ୟ ଶଙ୍କର ଛୁରା, ଅନିତା ଚନ୍ଦନ ପ୍ରମୁଖ ଶତାଧିକ ବିଜେଡି ନେତା କର୍ମୀ ସାମିଲ ହୋଇଥିଲେ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories