www.samajalive.in
Saturday, December 13, 2025
15.1 C
Bhubaneswar

ଜାତିଭିତିକ ଜନଗଣନା ଓ ୨୭% ସରଂକ୍ଷଣ ଦାବି ରଖିଲା କଂଗ୍ରେସ

ଓଡ଼ିଶାରେ ଜାତିଭିତିକ ଜନଗଣନା କରାଯାଉ ଓ ପଛୁଆବର୍ଗ କାତିର ଲୋକମାନଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିବାକୁ କଂଗ୍ରେସ ଦାବି କରିଛି। ରାଜ୍ୟର ମୋଟ ଜନସଂଖ୍ୟାର ୬୨%ରୁ ଅଧିକ ଲୋକ ପଛୁଆ ବର୍ଗର ଥିବାବେଳେ ସରକାର ଆଜି ପର୍ଯ୍ୟନ୍ତ ତାଙ୍କର ହକ ପ୍ରଦାନ କଲେ ନାହିଁ କଂଗ୍ରେସ ଅଭିଯୋଗ କରିଛି। ଆଜି ରାଜ୍ୟ କଂଗ୍ରେସର ପଛୁଆ ବର୍ଗ ପ୍ରକୋଷ୍ଠର ଅଧ୍ୟକ୍ଷ ଜ୍ଞାନଦେବ ବେଉରାଙ୍କ ଅଧକ୍ଷତାରେ ଏକ ପଥପ୍ରାନ୍ତ ସଭା ମାଷ୍ଟରକ୍ୟାଟିନ ଛକରେ କରାଯାଇଥିଲା। ଏହି ସଭାରେ ବିଧାୟକ ସୁରେଶ କୁମାର ରାଇକରାୟ କହିଛନ୍ତି ଯେ ରାଜ୍ୟରେ ଜାତିଭିତିକ ଜନଗଣନା କରାଯାଉ ଏବଂ ଓଡ଼ିଶାର ପଛୁଆବର୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଲାଗୁ କରାଯାଉ।

ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଲେ ଯେ ରାଜ୍ୟରେ ଏକ ସର୍ବଦଳୀୟ ସଂକଳ୍ପ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ଲାଗୁ କରିବା ପାଇଁ ପାରିତ କରାଯାଉ ଏବଂ ସର୍ବଦଳୀୟ ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଚାରଳୟ ଦ୍ଵାରା ୫୦% ସଂରକ୍ଷଣ ସୀମାରେଖାକୁ ଇଠାଇବା ପାଇଁ ଦାବି କରାଯାଉ। ସଭାରେ ପିସିସି ସଭାପତି ନିରଞ୍ଜନ ଭଟ୍ଟନାୟକ, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଂଜିବ ଗିରି, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, କିଷାନସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, କୈଳାସ ଚନ୍ଦ୍ର ସାହୁ, ଆକାଶ ଭୂୟାଁ, ଅରୁଣ ସାମଲ, ଦିଲ୍ଲୀପ ନାୟକ, ଦେବୀ ପ୍ରସାଦ ବାହାଲିଆ, କୈଳାସ ସାହୁ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଏ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories