www.samajalive.in
Monday, December 8, 2025
24.1 C
Bhubaneswar

+୨ରେ ଚଳିତ ବର୍ଷ ରେକର୍ଡସଂଖ୍ୟକ ଛାତ୍ରଛାତ୍ରୀଙ୍କ ଆବେଦନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଚଳିତ ବର୍ଷ ରେକର୍ଡସଂଖ୍ୟକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ସରିବାକୁ ୬ ଦିନ ବାକିଥିବାବେଳେ ଏଯାବତ୍‌ ଗତବର୍ଷ ତୁଳନାରେ ଅଧିକ ବିଦ୍ୟାର୍ଥୀ ଆବେଦନ କରିଥିବା ଦେଖିବାକୁ ମିଳିଛି। ଆସନ୍ତା ୫ରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଶେଷ ହେବ। ଅନ୍ୟପକ୍ଷରେ ଚଳିତ ବର୍ଷ ୫ଟି କନିଷ୍ଠ ମହାବିଦ୍ୟାଳୟ ବନ୍ଦ ହୋଇଛି। ତେବେ କୌଣସି କନିଷ୍ଠ ମହାବିଦ୍ୟାଳୟ ନାମଲେଖା ଉପରେ କଟକଣା ଜାରି କରାଯାଇନି।
ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ରେକର୍ଡସଂଖ୍ୟକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେଥିଯୋଗୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କନିଷ୍ଠ ମହାବିଦ୍ୟାଳୟ ଆସନ ବୃଦ୍ଧି କରିବା ସହ କୌଣସି ଶିକ୍ଷାନୁଷ୍ଠାନ ନାମଲେଖା ଉପରେ କଟକଣା ଲଗାଯାଇନି। ଭିତ୍ତିଭୂମି ଓ ଶିକ୍ଷାନୁଷ୍ଠାନ ଚାଲୁ ରଖିବାକୁ ଅନିଚ୍ଛା ପ୍ରକାଶ କରିବାରୁ ୫ କନିଷ୍ଠ ମହାବିଦ୍ୟାଳୟ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଗତବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ମୋଟ ୩ ଲକ୍ଷ ୮୪ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିଥିଲେ। ତେବେ ଚଳିତବର୍ଷ ଆବେଦନ ସରି ନଥିଲେ ମଧ୍ୟ ସୋମବାର ସୁଦ୍ଧା ୩ ଲକ୍ଷ ୮୪ ହଜାର ୮୯୧ ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି। ଗତବର୍ଷ ରାଜ୍ୟରେ ମୋଟ ୪ ଲକ୍ଷ ୪୩ ହଜାର ଆସନ ଥିବାବେଳେ ଚଳିତ ବର୍ଷ ୫୫ ହଜାର ବଢି ଏହା ୫ ଲକ୍ଷରେ ପହଞ୍ଚିଛି। ଛାତ୍ରଛାତ୍ରୀ ନାମଲେଖା ପାଇଁ ସାମ୍ସ ୱେବ୍‌ସାଇଟ୍‌ରେ ଆସନ୍ତା ୫ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ୧୩ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୪ରୁ୨୧ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୯ରୁ ଅକ୍ଟୋବର ପହିଲା ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories