www.samajalive.in
Monday, December 8, 2025
24.1 C
Bhubaneswar

ଡିସ୍‌କସ୍‌ରେ ଯୋଗେଶଙ୍କୁ ରୌପ୍ୟ

ଟୋକିଓ : ଚଳିତ ପାରାଲିମ୍ପିକ୍‌ସରେ ସୋମବାର ଡିସ୍‌କସ୍ ଥ୍ରୋ’ରେ ଭାରତକୁ ଏକ ରୌପ୍ୟପଦକ ଜିତାଇଛନ୍ତି ଯୋଗେଶ କାଠୁନିୟା। ଏଫ୍‌୫୬ ବର୍ଗର ଫାଇନାଲରେ ଯୋଗେଶ ତାଙ୍କର ୬ଷ୍ଠ ତଥା ଅନ୍ତିମ ପ୍ରୟାସରେ ୪୪.୩୮ ମିଟର ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ; ଫଳରେ ସେ ୨ୟ ସ୍ଥାନରେ ରହିଥିଲେ। ଯୋଗେଶଙ୍କର କୌଣସି ପ୍ରଶିକ୍ଷକ ନ ଥିଲେ ମଧ୍ୟ ନିଜ ଉଦ୍ୟମରେ ଆଜି ପାରାଲିମ୍ପିକ୍‌ସ ରୌପ୍ୟପଦକ ଜିତି ପାରିଛନ୍ତି। ନୂଆଦିଲ୍ଲୀର କିରୋଡ଼ିମଲ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଯୋଗେଶ କହିଛନ୍ତି ଯେ ଗତ ୧୮ ମାସ ହେଲା ସେ ଯେଉଁ କଠିନ ପରିଶ୍ରମ କରିଥିଲେ; ଏହା ତାହାର ଫଳ। ସେନା କର୍ମଚାରୀଙ୍କ ସୁପୁତ୍ର ଯୋଗେଶଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ପକ୍ଷାଘାତ ହୋଇଥିଲା। ରୌପ୍ୟ ପଦକ ଜିତିଥିବାରୁ ସେ ଖୁସି ବୋଲି କହିଥିବା ବେଳେ ଆଗକୁ ସେ ଅଧିକ ପରିଶ୍ରମ କରି ସ୍ବର୍ଣ୍ଣ ଜିତିବେ ବୋଲି ଦେଶକୁ ପ୍ରତିଶ୍ରୁତି ଦେଇଛନ୍ତି। ସୋମବାର ଫାଇନାଲରେ ଗତଥରର ଚମ୍ପିଆନ୍‌, ବର୍ତ୍ତମାନର ବିଶ୍ବ ଚମ୍ପିଆନ୍ ଏବଂ ବିଶ୍ବ କୀର୍ତ୍ତିମାନ ହାସଲ କରିଥିବା ବ୍ରାଜିଲର କ୍ଲାଉଡିନେ ବାଟିଷ୍ଟା ଡସ୍ ସାଣ୍ଟସ୍ ୪୫.୫୯ ମିଟର ଦୂରତା ସହ ସ୍ବର୍ଣ୍ଣପଦକ ଜିତିଥିଲେ। କ୍ୟୁବାର ଲିଓନାର୍ଡୋ ଡିଆଜ୍ ଆଲ୍‌ଡାନା ୪୩.୩୬ ପଏଣ୍ଟ ସହ କାଂସ୍ୟ ପଦକ ଜିତି ପାରିଥିଲେ। ଏହା ପୂର୍ବରୁ ଯୋଗେଶ ବହୁତ ଆନ୍ତର୍ଜାତିକ ପଦକ ଜିତି ପାରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories