ପିପିଲି:ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ କୋଭିଡ୍ ଗାଇଡ୍ଲାଇନ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂନ୍ଧ୍ୟାରେ ମନ୍ଦିର ପରିସରରେ ଶ୍ରୀମଦ୍ ଭଗବତ ଗୀତା ପୂର୍ଣ୍ଣାଙ୍ଗ ପାଠ କରାଯାଇଥିବା ବେଳେ ଶ୍ରୀକୃଷ୍ଣ ଜନ୍ମଚରିତ ଭାଗବତ ସମୁହ ପାଠ କରାଯାଇଥିଲା। ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପୁରାଣପାଠ କରାଯାଇଥିବା ବେଳେ ଏହି ଅବସରରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ପରେ ମନ୍ଦିର ପରିସରରେ ରାତିରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ଅନୁଷ୍ଠିତ ହୋଇଥିଲା।
କାକୁଡିଆର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ଜନ୍ମାଷ୍ଟମୀ
ପିପିଲି ନିକଟବର୍ତ୍ତି କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମର ପ୍ରସିଦ୍ଧ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ କରୋନ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିବା ବେଳେ ରାତିରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ଅନୁଷ୍ଠିତ ହୋଇଥିଲା।



