www.samajalive.in
Sunday, December 7, 2025
13.1 C
Bhubaneswar

ସରକାରୀ ଯୋଜନାରୁ ବଞ୍ଚିତ ଭାସି ସାହୁ:  ପ୍ରତିଶୃତିରେ ବିତିଲାଣି ୫ ବର୍ଷ, ସାହାଯ୍ୟ ପାଇଁ ନିବେଦନ

ମୋହନା: ଗଜପତି ଜିଲାରେ ଆଜି ବି ଅନେକ ସ୍ଥାନରେ ଲୁଛି ରହିଛି ଗରିବ ପରିବାରର ସମସ୍ୟା । ଯାହାକି ଖବର କାଗଜରେ ପ୍ରକାଶନ ପରେ ମଧ୍ୟ ଜିଲା ପ୍ରଶାସନ କିମ୍ଵା ବ୍ଲକ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯାଉନାହିଁ  କିମ୍ଵା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି। ଏଭଳି ଅନେକ ଦୁଃଖୀ ଗରିବ ପରିବାରକୁ କିଏ ବା ପଚାରେ ? ମୋହନା ବ୍ଲକରେ ଧଳା ପୋଷାକଧାରୀ କୁଜି ନେତାଙ୍କର ଅଭାବ ନାହିଁ। କିନ୍ତୁ କେହି ମଧ୍ୟ ସାହାଯ୍ୟ କରିବାକୁ ଆଗଭର ନୁହଁନ୍ତି। ଅଡବା ପଞ୍ଚାୟତର ପଦାଗାଁରେ ବାସ କରନ୍ତି ଭାସି ସାହୁ ( ୫୬) । ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ନା ଅଛି ତାଙ୍କର ଜାଗା ଖଣ୍ଡେ ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ।ଖରା ବର୍ଷାରେ ଜୀବନ ବିତୁଛି  ଝୁମ୍ପୁଡି କୁଡ଼ିଆ ଘରେ । ତାଙ୍କୁ ମିଳିନି ଖାଉଟି କାର୍ଡ କି ବିଧବା ଭତ୍ତା ।
ସବୁ ନାମକୁ ମାତ୍ର ମାଳ ମାଳ ଯୋଜନା। ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଭାସି ସାହୁ । ଆଜିକୁ ୩୫ବର୍ଷ ହେଲା ସ୍ଵାମୀ ଛାଡି ଚାଲିଗଲେ ଆରପାରିକୁ । ଭାସିଙ୍କର ଦୁଇଟି ପୁଅ ଥିଲେ ସେମାନେ ମଧ୍ୟ ଆରପାରିକୁ ଚାଲିଗଲେ । ଦୁଇ ବର୍ଷ ହେଲା ତାଙ୍କର ଚଳିବା ଦୟନୀୟ ହୋଇ ପଡିଛି। ସାହି ପଡିଶା, ଘର ଘର ବୁଲି ଭିକ ମାଗି ଯାହା ମିଳେ ସେଥିରେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି। ଆହା କରିବାକୁ ପାଖରେ କେହି ମଧ୍ୟ ସାହା ଉରସା ନାହାନ୍ତି। ଏ ବିଷୟରେ ସେ ବହୁବାର ମୋହନା ବ୍ଲକରେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି କିନ୍ତୁ ଖାଲି ଫମ୍ପା ପ୍ରତିଶ୍ରୁତି। ଏଭଳି ଦହନୀୟ ଜୀବନଯାପନ କରୁଥିବା ଭାସି ସାହୁଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡିଲେ ଭାଗ୍ୟର ପରିବର୍ତ୍ତନ ହୁଅନ୍ତା ବୋଲି ସେ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories