www.samajalive.in
Monday, December 8, 2025
14.1 C
Bhubaneswar

ଆଇରନ୍ ଓର୍ ବୋଝେଇ ଟ୍ରକ୍ ଚାପାରେ ଦୁଇ ସୁରକ୍ଷା କର୍ମୀଙ୍କ ଶୋଚନୀୟ ମୃତ୍ୟୁ

ରେଙ୍ଗାଲି: କଳ କାରଖାନା ଖନି ଖାଦାନ ମାନଙ୍କ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି ପାଳନ କରିବା ପାଇଁ ସଚେତନତା ସୃଷ୍ଟି ସକାଶେ ବର୍ଷ ର ବିଭିନ୍ନ ସମୟ ରେ କଳ କାରଖାନା ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ତେବେ ବିଡମ୍ବନାର ବିଷୟ ଯେସମ୍ବଲପୁର ଜିଲା ବମାଲୋଇ ଫୁଲଚାଙ୍ଗେର ଟାରେ ଥିବବା ଆୟନ୍ନ୍ ଇସ୍ପାତ୍ କାରଖନା ର ରେଲବାଇ ସାଇଡିଂ ସୁରକ୍ଷା ପାଇଁ ନିୟୋଜିତ ଥିବା ଦୁଇ ଜଣ ସୁରକ୍ଷା କର୍ମୀ ଗତ କାଳି ରବିବାର ବିଳମ୍ବିତ ରାତିରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଚାପାରେ ଶୋଚନୀୟ ଭାବରେ ମୃତ୍ୟୁ ବରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତଥା କଥିତ ସୁରକ୍ଷା ନିୟମ କେତେ ପ୍ରତି କମ୍ପାନୀ ମାନେ କେତେ ଯତ୍ନବାନ୍ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସଚେତନ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ପୁଳିସ ଏବଂ କାରଖନା ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଝାରସୁଗୁଡାର ଏସ୍.ଏମ୍.ସି କାରଖାନାର ନିଜସ୍ୱ ସାଇଡିଇ ନଥିବାରୁ ଅର୍ୟାନ୍ ଇସ୍ପାତ୍ କାରଖାନାର ରେଲବାଇ ସାଇଡିଂକୁ ଭଡା ସୁତ୍ରରେ ନେଇ ସେଠାରୁ ଆଇରନ୍ ଓର୍ ଆଦି ସାମଗ୍ରୀ ଅନ୍ଲୋଡିଂ ଏବଂ ଲୋଡିଂ ରେ ବ୍ୟବହାର କରୁଛି।

 

- Advertisement -

ଗତ ୨୯ ତାରିଖ ରବିବାର ରାତିରେ ମାଳବାହି ଟ୍ରେନ୍ ରୁ ଆଇରନ୍ ଓର୍ ଅନଲୋଡ୍ ହୋଇ ଓଡି-୨୩-ଏ-୩୬୧୨ ଟ୍ରକ୍ ରେ ଲୋଡିଂ ହୋଇ ସାରିଲାପରେ ଟ୍ରକ୍ ଚାଳକ୍ ଟ୍ରକ୍ କୁ ବେକ୍ କଲା ବେଳେ ଟ୍ରକ୍ ପଛ ପଟ ଅନତି ଦୂରରେ ଥିବା ଫାଙ୍କା ଜାଗା ରେ ଶୋଇ ପଡିଥିବା ଦୁଇ ଜଣ ସୁରକ୍ଷା କର୍ମୀ ଦେବଗଡ ଜିଲ୍ଲା ସୁବର୍ଣପାଲି ଗ୍ରାମ ର କିଶୋର ଚନ୍ଦ୍ର ସାହୁ (୨୫) ଏବଂ କେନ୍ଦ୍ରାପଡା ଜିଲ୍ଲା ନିଳାଦ୍ରିପୁର ର ଆଲୋକ ଚନ୍ଦ୍ର ପଣ୍ଡା(୩୦) ଙ୍କ ଉପରେ ଟ୍ରକ୍ ଚକ ମାଡି ଯାଇଥିଲା। ଫଳ ରେ ଉଭୟ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବରଣ କରିଥିବା ସୁରକ୍ଷା କର୍ମୀ ଏସ୍.ଏମ୍.ସି କାରଖନା ର ସୁରକ୍ଷା ବ୍ୟବସ୍ଥା ରେ ନିୟୋଜିତ ଥିବା କେ.ଏସ୍.ଏସ୍ ନାମକ ସୁରକ୍ଷା ସଂସ୍ଥା ଅଧିନରେ କାମ କରୁଥିଲେ। ଦୁର୍ଘଟଣା ସ୍ଥଳ ରୁ ଉଭୟ ଙ୍କୁ ଅତି ଗୁରୁତର ସଂଜ୍ଞାହୀନ ଅବସ୍ଥା ରେ ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ।ଆଜି ଉଭୟ ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ର ଜଣାପଡିଛି।
ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ମାତ୍ରେ ଠେଲକୋଲୋଇ ଆଇଆଇସି ଜୟରଶ୍ମି ସେଠି ସଦଳ ବଳେ ଘଟଣା ସ୍ଥଳ କୁ ପହଞ୍ଚି ଘଟଣା ର ତନାଘନା କରିଥିଲେ। । ଏ.ଏସ୍ ଆଇ ଦ୍ରୋଣ ସାହୁ ଏହାର ତଦନ୍ତ କରୁଛନ୍ତି। ଥାନା ରେ ଏସଂକ୍ରାନ୍ତରେ କେସ୍ ନଂ ୧୩୦ ରେ ମାମଲା ରୁଜ୍ଜୁ କରାଯାଇ ଟ୍ରକ୍ ଚାଳକ କୁ ଅଟକ ରଖାଯାଇଥିବାର ପ୍ରକାଶ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories