www.samajalive.in
Tuesday, December 9, 2025
17.1 C
Bhubaneswar

ଓଜନ କମ୍‍ କରିବାରେ ସାହାଯ୍ୟ କରେ ଗୁପଚୁପ

ଗୁପଚୁପର ନାଁ ଶୁଣିବା ମାତ୍ରେ ହିଁ ମୁହଁରେ ପାଣି ଆସିଯାଇଥାଏ। କିନ୍ତୁ ଗୁପଚୁପ ଖାଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି କୁହାଯାଇଥାଏ। ଗୁପଚୁପ ଖାଇବାର ଅନେକ ଲାଭ ମଧ୍ୟ ରହିଛି ଯାହା ଶୁଣିବା ପରେ ଆପଣ ଚମକି ଉଠିବେ। ଗୁପଚୁପର ସ୍ୱାଦ ବଢାଉଥିବା ମସଲା ଦ୍ୱାରା ଆମର ହଜମ ହୋଇଥାଏ। ଗୁପଚୁପର ପାଣିରେ ମଧ୍ୟ ଅନେକ ପ୍ରକାର ମସଲା ମିଶିଥାଏ ଯାହା ଏସିଡିଟି ଓ ପେଟ ଦରଜରୁ ମୁକ୍ତି ଦେଇଥାଏ।
ଗୁପଚୁପର ନାଁ ବିଭିନ୍ନ ସ୍ଥାନରେ ଅଲଗା ପ୍ରକାର ରହିଛି। ଏହାକୁ ମହାରାଷ୍ଟ୍ରରେ ପାଣିପୁରୀ, ହରିୟାଣାରେ ପତାଶେ, ବିହାରରେ ଫୁଲକି, ପଶ୍ଚିମବଙ୍ଗରେ ପୁଚକା, ଗୁଜୁରାତରେ ପକୋଡି କୁହାଯାଇଥାଏ।ଓଜନ କମ କରିଥାଏ :
ଗୁପଚୁପ ତିଆରି କରିବା ବେଳେ ଅନେକ ସତର୍କତା ଅବଲମ୍ବନ କରାଯାଇଥାଏ। ଏଥିରେ ମିଠା ପକାଯାଇ ନଥାଏ। ଗୁପଚୁପ ମସଲାରେ ଅନେକ ପ୍ରକାରର ପ୍ରାକୃତିକ ଦ୍ରବ୍ୟ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ। ସେଥିରେ ମସଲା ଆମର ହଜମ ପ୍ରକ୍ରିୟା ଠିକ କରିଥାଏ।
ଏସିଡିଟିରୁ ରକ୍ଷା କରେ :
ଯାତ୍ରା କରୁଥିବା ବେଳେ କିଛି ଲୋକଙ୍କର ଏସିଡିଟି ହୋଇଯାଏ। ତେଣୁ ଅତ୍ୟନ୍ତ ଅସ୍ତବ୍ୟସ୍ତ ମଧ୍ୟ ଲାଗିଥାଏ। ଏପରି ସ୍ଥିତିରେ ଗୁପଚୁପ ଖାଇବା ଦ୍ୱାରା କିଛି ମାତ୍ରାରେ ଆରାମ ମିଳିଥାଏ। ଖରାଦିନେ ବାହାରକୁ ବୁଲିବାକୁ ଗଲେ ଶୋଷ ବହୁତ ଲାଗିଥାଏ। ଏମିତି ପରିସ୍ଥିତିରେ ପାଣି ନ ପିଇ କିଛି ଗୁପଚୁପ ଖାଇବା ଉଚିତ। ଯଦି ଗୁପଚୁପ ଖାଇ ସାରିବା ପରେ ପାଣି ପିଇବେ ତେବେ ତାହା ଆପଣଙ୍କୁ ସତେଜ ଅନୁଭବ କରାଇଥାଏ।ଖରା ବେଳେ ଖାଇବା ଉଚିତ :
ଗୁପଚୁପ ଖାଇବା ନିମନ୍ତେ ଖରା ବେଳ ସବୁଠାରୁ ଉଚିତ ସମୟ ଅଟେ। ସନ୍ଧ୍ୟା ସମୟରେ ଗୁପଚୁପ ଖାଇବା ଦ୍ୱାରା ଓଜନ ବଢିବାର ଆଶଙ୍କା ଥାଏ। ଏହାସହ ବ୍ୟାୟାମ କରିବା ମଧ୍ୟ ଗୁପଚୁପ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ।
ଅଟାରେ ପ୍ରସ୍ତୁତ ଗୁପଚୁପ :
ଅଟାରେ ପ୍ରସ୍ତୁତ ହୋଇଥିବା ଗୁପଚୁପ ଖାଇବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହା ଆପଣଙ୍କ ଓଜନକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିଥାଏ। ଏହାସହ ଗୁପଚୁପର ଆଳୁ ମସଲାରେ ମଟର ନ ପୁରାଇ ମୁଗ କିମ୍ବା ଚଣା ପୁରାଇ ଖାଇବା ଅତ୍ୟନ୍ତ ଭଲ ହୋଇଥାଏ। ଏହାଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories