www.samajalive.in
Tuesday, December 9, 2025
16.1 C
Bhubaneswar

ଦଙ୍ଗା ସୃଷ୍ଟି ପାଇଁ ଆସିଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

କୋଏମ୍ବାଟୁର: ଦୁଇ ଜଣ ହିନ୍ଦୁ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିଲା। ପୁଲିସ ଏହାର ପ୍ରମାଣ ପାଇବା ପରେ ୫ ଜଣଙ୍କୁ ଗିରଫ କରିଛି। ଏକ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଜଣାପଡ଼ିବା ସୂଚନା ପାଇ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ୫ଟି ମାରଣାସ୍ତ୍ର ଜବତ କରାଯାଇଛି। ସେମାନେ ନିର୍ଦ୍ଦିଷ୍ଟ ଭାବେ କେଉଁ ଆତଙ୍କବାଦୀ ଗୋଷ୍ଠୀର ତାହା ଜଣାପଡ଼ି ନଥିଲେ ମଧ୍ୟ ଆଇଏସ୍‍ଆଇଏସ୍‍ର ଜମ୍ମୁ ଶାଖା ସହିତ ସମ୍ପର୍କ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ହିନ୍ଦୁ ମାକାଲ୍‍ କାଟ୍‍ଚିର ଦୁଇ ନେତାଙ୍କୁ ହତ୍ୟା କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେହି ପାଞ୍ଚ ଜଣ ଯୁବକ କୋଏମ୍ବାଟୁର ଆସିଥିଲେ। ଆସନ୍ତା ୧୩ ତାରିଖରେ ଗଣେଶ ଚତୁର୍ଥୀ ବେଳେ ସେମାନେ ଦଙ୍ଗା ଓ ଅଶାନ୍ତି ସୃଷ୍ଟି କରିବାର ଯୋଜନା କରିଥିବା ପୁଲିସ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories