www.samajalive.in
Monday, December 8, 2025
14.1 C
Bhubaneswar

ଲଇଡା କଳେଜର ୪୨ତମ ବାର୍ଷିକ ଉତ୍ସବ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଗ୍ରାମରେ ଥିବା ଦୁତିକା ସାହୁ ମହାବିଦ୍ୟଳୟର ୪୨ତମ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ ଙ୍କ ସଭାପତିତ୍ୱ ଏବଂ ଅଧ୍ୟାପକ ଜୟନାରାୟଣ ଶତପଥୀଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମଭୋଇ ଚେୟାର୍‍ ପ୍ରଫେସର ଡ. ପ୍ରଦୀପକୁମାର ପଣ୍ଡା ମୁଖ୍ୟବକ୍ତା ଏବଂ ପୂର୍ବତନ ବିଧାୟକ ରମେଶ ପଟୁଆ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସମବେତ ଛାତ୍ର/ଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ ସଚେତନ ଶିକ୍ଷାପ୍ରେମୀମାନଙ୍କୁ ଉଦବୋଧନ ଦେଇ ଦୁତିକା ସାହୁ ମହାବିଦ୍ୟାଳୟ ପ୍ରତିଷ୍ଠାରେ ଉଲ୍ଲେଖନୀୟ ଭୁମିକା ବହନ କରିଥିବା ମହାନ୍‍ ବ୍ୟକ୍ତିମାନଙ୍କର ସ୍ମୃତି ଚାରଣ କରିଥିଲେ।

ଶୃଙ୍ଖଳା ଓ କର୍ତ୍ତବ୍ୟ ନିଷ୍ଠା ହିଁ ସଫଳତାର ଚାବି କାଠି। ଏଣୁ ଛାତ୍ର/ଛାତ୍ରୀମାନେ ସଫଳତା ହାସଲ ପାଇଁ ଶୃଙ୍ଖଳାକୁ ପାଥେୟ କରି ନିଷ୍ଠାର ସହିତ ଅଧ୍ୟୟନ କରିବାକୁ ବକ୍ତାମାନେ ଆହ୍ୱାନ ଦେଇ ଏହି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତେ ଏକାତାବଦ୍ଧ ହୋଇ ଉଦ୍ୟମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରସାନନ୍ଦ ସାଥୁଆ, ରୋହିତ କୁମାର ପଟେଲ, ବିନୋଦଚନ୍ଦ୍ର ପଟେଲ,ଗଣେଶରାମ କରାଲି, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ମଧ୍ୟ ଉଦବୋଧନ ଦେଇଥିଲେ। ଓଡିଆ ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭରେ ମହାବିଦ୍ୟଳୟ ପ୍ରାଙ୍ଗଣରେ ଥିବା ଦୁତିକା ସାହୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କଲା ପରେ ସଭାସ୍ଥଳକୁ ଆସି ଆରାଧ୍ୟଦେବୀ ସମଲେଶ୍ୱରୀ ଏବଂ ଦୁତିକା ସାହୁଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରିଥିଲେ।

- Advertisement -

ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍ସବରେ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରୋହିତ ପଟେଲ, ଦୈତାରି ପଟେଲ, ବିନୋଦଚନ୍ଦ୍ର ପଟେଲ, ଆଲୋକ ପଟେଲ, ଏବଂ କର୍ମଚାରୀ ଗଣେଶରାମ କରାଲି, ସୁରେନ୍ଦ୍ର କୁମାର ବାଘଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା। ଏହା ବ୍ୟତୀତ ଯୁକ୍ତ ଦୁଇ ବିଜ୍ଞାନ ଏବଂ କଳା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାସ୍‍ କରିଥିବା ନୁରାବତି ମୁଣ୍ଡା ଏବଂ ପୁନମ୍‍ ସିଂ ନାଏକଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯକ୍ରମକୁ ଅଧ୍ୟାପକ ପ୍ରଫୁଲ୍ଲ ଭୋଇ ଏବଂ ଶ୍ରୀକାନ୍ତ ପଟେଲ ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପିକା ମଧୁମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories