ବିଜେଡିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମିରିଗିଖୋଜି, ଏରେଣ୍ଡେଇ ଓ ମୁଷାଖୋରି ପଞ୍ଚାୟତରେ ଆଜି ବିଜେଡିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଛି। ବୈଠକରେ ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ପାଟଣା ବ୍ଲକ ଯୁବ ବିଜେଡି ସଭାପତି ରଘୁବର ମହାନ୍ତ, ବ୍ଲକ୍ ପର୍ଯ୍ୟବେକ୍ଷକ ରତନ କୁମାର ସେଠୀ ପ୍ରମୁଖ ଏହି ସାଙ୍ଗଠନିକ ବୈଠକ ଯୋଗ ଦେଇଥିଲେ । ଏହା ଦଳର ଛାତ୍ର ବିଜେଡ଼ି , ଯୁବ ବିଜେଡି ଓ ବିଜେଡ଼ି ର ମହିଳା ଶାଖ ର ବହୁ କର୍ମୀ ସାମିଲ ଥିଲେ। ଏଥିରେ ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯିବା ସହ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କର୍ମୀମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Comments are closed.