www.samajalive.in
Sunday, December 14, 2025
26.1 C
Bhubaneswar

ମନ୍ଦିର ଯିବା ସମୟରେ ଏହି କଥାକୁ ଧ୍ୟାନ ଦିଅନ୍ତୁ

ଭଗବାନଙ୍କ ଗୃହ ହେଉଛି ମନ୍ଦିର। ଆମେ ମନ୍ଦିରକୁ ଗଲେ ଆମକୁ ବହୁତ ଶାନ୍ତି ଓ ଶୁଭ ଫଳ ମିଳିଥାଏ। ମନ୍ଦିରକୁ ଯିବା ବେଳେ ଆମକୁ କେତୋଟି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ତେଣୁ ଶାସ୍ତ୍ରରେ ମନ୍ଦିରକୁ ଯିବା ବେଳେ ଓ ମନ୍ଦିରରେ କେଉଁ ନିୟମ ମାନିବାକୁ ହେବ ତାହା ଉଲେଖ ରହିଛି। ଜାଣନ୍ତୁ ତାହା କ’ଣ ….
ମନ୍ଦିରକୁ ଯିବା ବେଳେ ସର୍ବଦା ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ ଅଟେ।
ମହିଳା ମାନେ ମନ୍ଦିରରେ ସର୍ବଦା ଓଢଣା ଦେବା ଆବଶ୍ୟକ ଅଟେ। ଏହା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ମନ୍ଦିରରେ ସର୍ବଦା ଦୁଇ ହାତ ଯୋଡ଼ି ପ୍ରଣାମ କରିବା ଉଚିତ। ଏହା ଦ୍ୱାରା ଶରୀର ନିରୋଗ ରହିଥାଏ।
ମନ୍ଦିରକୁ ଯାଇ ପ୍ରଥମେ ଘଣ୍ଟି ବଜାଇବା ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ୱାରା ଭଗବାନ ଜାଗ୍ରତ ହୋଇଥାଆନ୍ତି।
ମନ୍ଦିରରେ କାହାକୁ ଗାଳି କରିବା ଉଚିତ ନୁହେଁ। ଏପରି କଲେ ଭଗବାନ କ୍ରୋଧ କରିଥାଆନ୍ତି।
ମନ୍ଦିରକୁ ସର୍ବଦା ପ୍ରାତଃ ଓ ସନ୍ଧ୍ୟା ସମୟରେ ଗଲେ ବହୁ ଶୁଭ ଫଳ ମିଳିଥାଏ।
ଭଗବାନଙ୍କୁ ଦର୍ଶନ ପରେ ମନ୍ଦିରରେ ପରିକ୍ରମା କରିବା ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ୱାରା ଧନବୃଦ୍ଧି ଓ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories