www.samajalive.in
Friday, December 12, 2025
26.1 C
Bhubaneswar

ଦୁଃଖରେ ଅସହାୟ ପରିବାର, ୨ ଦିବ୍ୟାଙ୍ଗ ପୁଅଙ୍କୁ ମିଳୁନି ସରକାରୀ ସହାୟତା

ନବରଙ୍ଗପୁର: ପାହାଡିଆ ପଲ୍ଲୀ ଅଂଚଳର ଏକ ଗରିବ ଅସହାୟ ପରିବାରର ଦୁଃଖ – ଘରେ ଦୁଇ ଦୁଇ ଜଣ ଦିବ୍ୟାଙ୍ଗ ପୁଅଙ୍କୁ ମିଳୁନି ସରକାରୀ ସହାୟତା। ଏପରି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନ ବlର୍ଲି ପଂଚାୟତ ଅନ୍ତର୍ଗତ ବଡ଼ ବାର୍ଲି ଗ୍ରାମରେ। ଗ୍ରାମର ଗରିବ ପରିବାରର ଚକ୍ର ଯାନୀଙ୍କ ତିନି ଝିଅ ଦୁଇ ପୁଅ ମଧ୍ୟରୁ ବଡ଼ ପୁଅ ଦୁଷ୍ଟି ହୀନ ଏବଂ ସାନ ପୁଅଟି ମୁକ ଓ ବଧିର।

ସୂଚନା ଅନୁଯାୟୀ ଚକ୍ର ଯାନୀ ଓ ସ୍ତ୍ରୀ ମୁକ୍ତା ଯାନୀଙ୍କ ତିନୋଟି ଝିଅ ପରେ ଦୁଇଟି ପୁଅ ଜନ୍ମ ହୋଇଥିଲେ। ବଡ ପୁଅ ବାବୁଲା ଯାନୀ ୭ ବର୍ଷ ଜନ୍ମରୁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହୋଇଥିବା ବେଳେ ସାନପୁଅ ବିକାଶ ଜାନି (୫) ମଧ୍ୟ ଜନ୍ମରୁ ମୁକ ଓ ବଧିର। ବାପାମା ଦୁଇ ପୁଅର ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଅର୍ଥ ଅଭାବ ଯୋଗୁ ଚିକିତ୍ସା କରିନପାରି ଘରକୁ ନେଇ ଆସିଥିଲେ। ଆର୍ଥିକ ସହାୟତା ପାଇଁ ପାଇଁ ସରପଞ୍ଚ ଓ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସହାୟତା ମିଳି ନଥିବା ଯୋଗୁଁ ଦିବ୍ୟାଙ୍ଗ ସାଜି ଘରେ ପଡିରହିଛନ୍ତି ଦୁଇ ପୁଅ। ଚକ୍ର ଯାନୀଙ୍କ ୩ଟି ଝିଅ ମଧ୍ୟରୁ ସାନ ଝିଅ ଚତୁର୍ଥ ଓ ଶ୍ରେଣୀ ମଝିଆ ଝିଅ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲା ବେଳେ ବଡ ଝିଅ ସୁଶୀଲା ଘରର ପରିସ୍ଥିତିକୁ ଦେଖି ବଡ଼ ଝିଅ ପାଠପଡା ଛାଡି କୁଲି ମଜୁରୀ କରୁଛି।

- Advertisement -

ଚକ୍ର ଯାନୀ କହିବା ଅନୁଯାଇ ତାଙ୍କ ପାଖରେ ଜମି ବାଡ଼ କିଛ ନାହଁ ସ୍ୱାମି ସ୍ତ୍ରୀ କୁଳି ମଜୁରୀ କରିବା ସହ ଗାଁ ଲୋକଙ୍କ ଗାଈଗୋରୁ ଚରାଇ ଯାହା ଦୁଇ ପଇସା ମିଳେ ସେଥିରେ ସେମାନଙ୍କ ଘର ଚଳେ। ଘରେ ୭ ପ୍ରାଣି କୁଟୁମ୍ଭ ଚଳିବା ପାଇଁ ବହୁ କଷ୍ଟକର ହୋଇ ପଡ଼ିଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସପନ ହୋଇପଡିଛି। ସରକାରଙ୍କ ତରଫରୁ କେବଳ ୧୦ କେଜି ଚାଉଳ ମିଳୁଥିବା ବେଳେ ଦୁଇ ଦିବ୍ୟାଙ୍ଗ ପୁଅ ପାଇଁ ସରକାର କିମ୍ବା ପ୍ରଶାସନ ତରଫରୁ ଏଯାଏଁ କୌଣସି ସହାୟତା ମିଳିବା ତ ଦୂରର କଥା ବିକଳାଙ୍ଗ ଭତ୍ତା ମଧ୍ୟ ମିଳିପାରି ନାହିଁ ବୋଲି ଅଭିଯୋଗ କରିଛନ୍ତି ପିତା ମାତା। ଏହି ଗରିବ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories