www.samajalive.in
Thursday, December 11, 2025
18.1 C
Bhubaneswar

ବରିଷ୍ଠ ସାମ୍ବାଦିକ କପିଳେଶ୍ୱର ପ୍ରଧାନଙ୍କ ବିୟୋଗରେ ଶୋକସଭା

ବୌଦ୍ଧ: ବୌଦ୍ଧ ଜିଲାର ବରିଷ୍ଠ ସାମ୍ବାଦିକ ତଥା ଜିଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି କପିଳେଶ୍ୱର ପ୍ରଧାନଙ୍କ ବିୟୋଗରେ ଜିଲାର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଆଜି ସ୍ୱର୍ଗତ ପ୍ରଧାନଙ୍କ ଶେଷକୃତ୍ୟ ନିଜ ଗ୍ରାମ ଶ୍ମସାନଘାଟଠାରେ ଅନୁଷ୍ଠିତ ହୋଇଥିବାବେଳେ ଜିଲାସଂଘ ପକ୍ଷରୁ ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ରାଉତ,ଶଶାଙ୍କ ଶେଖର ମିଶ୍ର ଓ ଅଜିତ କୁମାର ବାରିକ୍‍ ପ୍ରମୁଖ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଅପରାହ୍ନରେ ଜିଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶୋକସଭା ବୈଠକରେ ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ବରିଷ୍ଠ ସାମ୍ବଦିକ ରଜନୀକାନ୍ତ ଦାଶ, ସଂଘର ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ରାଉତ,ସମ୍ପଦ କୁମାର ଅଗ୍ରୱାଲା,ଦେବାଶିଷ ପୁରୋହିତ,ଶଶାଙ୍କ ଶେଖର ମିଶ୍ର,ପ୍ରମୋଦ କୁମାର ବାଘ,ଅଜିତ କୁମାର ବାରିକ,ଉଦିତ କୁମାର ନାଗ, ବନମାଳୀ ପ୍ରଧାନ, ଶାସ୍ୱତ ଦେବବ୍ରତ ଦାଶ, ସଜ୍ଜନ କୁମାର ଅଗ୍ରୱାଲା,ଧବଳେଶ୍ୱର ମହାପାତ୍ର, ରବିନ୍ଦ୍ର କୁମାର ପଟ୍ଟନାୟକ ଓ ସାମ୍ପାଦିକା ପ୍ରଣତି ପଣ୍ଡା ପ୍ରମୁଖ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କରି ବିୟୋଗ ଜିଲାର ସାମ୍ବଦିକତା କ୍ଷେତ୍ର ପ୍ରତି ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories