www.samajalive.in
Thursday, December 11, 2025
15.1 C
Bhubaneswar

ଉନ୍ନତ ଧରଣର କୁମ୍ଭାର ଭାଟିର ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର! ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ଜରିଆରେ ପାପଡାହାଣ୍ଡି ବ୍ଲକର ତଣ୍ଡାଗୁଡା ଠାରେ ଉନ୍ନତ ଧରଣର କୁମ୍ଭାର ଭାଟିର ପରୀକ୍ଷାମୂଳକ ଭାବେ କାର୍ଯ୍ୟାରମ୍ଭ କରାଯିବା ସହ ପ୍ରାୟ ୩୦ ଜଣ କୁମ୍ଭାରଙ୍କୁ ତାଲିମ୍ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯୋଗଦେଇ ଆଧୁନିକ ଜ୍ଞାନ କୈ।ଶଳ ବିନିଯୋଗରେ ନିର୍ମିତ ଏହି ଭାଟିର ବ୍ୟବହାର ଦ୍ବାରା ନବରଙ୍ଗପୁର ଜିଲ୍ଲାର କୁମ୍ଭାର ପରିବାରକୁ ଅଧିକ ଲାଭ ମଳିପାରିବା ସହ ଗୁଣାତ୍ମକ ମାନର ମାଟି ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ବୋଲି କହିଥିଲେ। ଆଇଆଇଏମ୍ ଟି ବରିଷ୍ଠ ବୈଜ୍ଞାନିକ ଡଃ ଦେବବ୍ରତ ସିଂ ଯୋଗଦେଇ ଏହି ଭାଟି ଦ୍ବାରା ୨୪ ଘଣ୍ଟା ମଧ୍ୟରେ ମାଟି ସାମଗ୍ରୀରେ ଗୁଣାତ୍ମକ ମାନର ମାଟି ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଥିଲେ। ଏହାଛଡା ଜଳ ଛଣା ଫିଲଟରରେ ବ୍ୟବହୃତ କେଣ୍ଡଲ୍ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ବୋଲି କହିଥିଲେ।

ହସ୍ତଶିଳ୍ପ ସହାୟକ ନିର୍ଦ୍ଦେଶକ ଲୁଲୁମ୍ବା ସିଂ ଧାରୁଆ ଯୋଗଦେଇ ନୂତନ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୂ ଦେବାକୁ କହିଥିଲେ। କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଯୋଗଦେଇ ନୂତନ ଡିଜାଇନ୍ ତିଆରି କରିବା ଦିଗରେ ପ୍ରୟାସ କରିବାକୁ ଆହ୍ବାନ ଜଣାଇଥିଲେ। ଏହି ତାଲିମ୍ କାର୍ଯ୍ୟକ୍ରମକୁ ଆଇଆଇଏମ୍ ଟିର ବୈଷୟିକ ଅଧିକାରୀ ଏକେ ଶାନ୍ତ ପରିଚାଳନା କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଓରମାସର ଉପ-କାର୍ଯ୍ୟନିର୍ବାହୀ ଏ ଉମା ମହେଶ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories