www.samajalive.in
Monday, December 8, 2025
16.1 C
Bhubaneswar

ଉତ୍କଳ ଯାଦବ ସମାଜର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଦାବୀପତ୍ର

ନବରଙ୍ଗପୁର: ଉତ୍କଳ ଯାଦବ ସମାଜ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୁର ମା’ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ଯାଦବ ସମାଜ ତରଫରୁ ଏକ ବିଶାଳ ରାଲି ବାହାରି ବିଭିନ୍ନ ପ୍ଲାଗ କାର୍ଡ ଧରି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପଛୁଆ ବର୍ଗକୁ ସରକାର ସବୁବେଳେ ଅବହେଳା କରି ଚାଲିଛନ୍ତି। ଭାରତ ସ୍ଵାଧିନତା ହାସଲ ହଇ ୭୫ ବର୍ଷ ବିତିଗଲାଣି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଛୁଆ ବର୍ଗ ପାଇଁ ଦରଦ ନଥିବା ଏବଂ ନିର୍ବାଚନ ଆସିଲେ ସଂରକ୍ଷଣ ନାମରେ ରାଜନୈତିକ ଦଳଗୁଡିକ ନିର୍ବାଚନ ବୈତରଣୀ ପାର ପାଇଁ ଅନେକ କଥା କହନ୍ତି କିନ୍ତୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛି ଉତ୍କଳ ଯାଦବ ସମାଜ। ଏନେଇ ସମାଜ ପକ୍ଷରୁ ପ୍ରଥମେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଠାରେ ଏକ ବିରାଟ ସମ୍ମଳିନି କରାଯାଇ ଆଜି ନବରଙ୍ଗପୁର ଠାରେ ଏକ ରାଲି କରି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ପ୍ରଦାନ କରିଥିଲେ।

ଦାବିପତ୍ରରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା, ଭାରତରେ ପଛୁଆ ବର୍ଗ ଶତକଡା ୫୨ ଭାଗ ପଛୁଆ ବର୍ଗ ଅଛନ୍ତି। ୨୦୧୮ ମସିହାରେ ଗ୍ରହମନ୍ତ୍ରୀ ରାଜନାଥ ସିଂହ ଜାତି ଭିତ୍ତିକ ଜନଗଣନା ପାଇଁ ସଂସଦରେ ଘୋଷଣା କରିଥିଲେ, ୨୦୧୧ରେ ଜାତୀୟ ଆୟୋଗ ମଧ୍ୟ ଜାତିଭିତ୍ତିକ ଜନଗଣନାକୁ ଅନ୍ତର୍ଗତ କରିବାକୁ ପରାମର୍ଶ ଦେଇଥିବା ସହ ୨୦୨୧ ଜନଗଣନାକୁ ଜାତିଭିତ୍ତିକ ଗଣନା କରିବା ସହ ଓ.ବି.ସି ସମ୍ପ୍ରଦାୟର ଜାତିକୁ ଜାତିଭିତ୍ତିକ ଗଣନା କରିବାକୁ ଦାବୀ ଜଣାଇଛନ୍ତି।ଦାବି ପ୍ରଦାନ ସମୟରେ କାର୍ତ୍ତିକ ଚନ୍ଦ୍ର ବାଘ,ମତିଲାଲ ହଂସ, ପର୍ଶୁରାମ ନାୟକ, ଜତି ରଞ୍ଜନ କୃଶ, ହରି ଗୌଡ଼, ଟଙ୍କଧର ଗୌଡ଼, କୃପା ସିଂଧୁ ଗୌଡ଼, ଚକ୍ର ଗୌଡ଼, ତ୍ରିନାଥ ଗୌଡ଼, ମାନସିଂ ଗୌଡ଼, ତିରୁ ମାଝି, ଗୋପି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories