www.samajalive.in
Monday, December 8, 2025
24.1 C
Bhubaneswar

ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ଅନ୍ତର୍ଗତ ହିର୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ୍ସ କ୍ୟାଡର ଶିକ୍ଷକ ଫିରୋଜ କୁମାର୍ ଟାକ୍ରୀଙ୍କ କିଛିଦିନ ପୂର୍ବେ ଦେହାନ୍ତ ଘଟିଥିଲା। ପରିବାରର ମୁଖ୍ୟ ତଥା ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ମର୍ମାହତ ହୋଇ ପଡ଼ିଥିଲେ ପରିବାର ଲୋକେ,ଏହିଭଳି ପରିସ୍ଥିତିରେ ପାପଡାହାଣ୍ଡି ଏକ୍ସ କ୍ୟାଡର ଶିକ୍ଷକ ସଂଘ ଉକ୍ତ ପରିବାର ନିକଟରେ ପହଂଚି ଶୋକ ସନ୍ତପ୍ ପରିବାରକୁ ଭେଟି ସମବେଦନା ଜଣାଇବା ସହ ମୃତ ଶିକ୍ଷକଙ୍କ ପତ୍ନୀ ବବିତା ଟାକ୍ରୀଙ୍କୁ ୩୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସଂଘର ମହା ସଚିବ ହିନେସ ବାଘ, ସଂଘ ସଭାପତି ସୁଜିତ ପାଢ଼ୀ, ସମ୍ପାଦକ ଦିଲୀପ ସ୍ୱାଇଁ, ବ୍ଲକ ସଂଘ ସଭାପତି ମେଘlସ୍ତିନ ଜାଲ, ସମ୍ପାଦକ ବସନ୍ତ କୁମାର ନାୟକ, ଶିକ୍ଷକ ଲିଙ୍ଗରାଜ ସାହୁ, ପଞ୍ଚାନନ ସାହୁ, ଈଶ୍ୱର ହରିଜନ,ଉତନ,ସଦନ ଗଣ୍ଡା ଏବଂ ଜିହନେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories