www.samajalive.in
Sunday, December 7, 2025
26.1 C
Bhubaneswar

‘ଆଉ ଏକ ସକାଳ ପୁସ୍ତକ’ ଲୋକାର୍ପିତ

ଯାଜପୁର: ଶିକ୍ଷାବିତ୍, ସାମାଜ ବିଜ୍ଞାନୀ, ସାହିତ୍ୟିକ ପ୍ରପେଂସର ଚିତ୍ତରଞ୍ଜନ ଦାସଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ କାର୍ଯ୍ୟାଳୟ ପରିରସରରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ପୁସ୍ତକ ଉନ୍ମୋଚନ କରିଥିଲେ। ଶିକ୍ଷା ସନ୍ଧାନ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଚିତ୍ତରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ବକ୍ତୃତାମାଳା, ଆଲୋଚନାଚକ୍ର ଦ୍ୱାରା ସଂପାଦିତ କରାଯାଇଛି। ଏହାର ପରିକଳ୍ପନା ରମାକାନ୍ତ ସ୍ୱାଇଁ ଓ ସଂଯୋଜନା ଡଃ ଚନ୍ଦନ କୁମାର ସିଂହ କରିଚ୍ଥନ୍ତି। ଛିତରଞ୍ଜନ ଦାସଙ୍କ ବ୍ୟକ୍ତିତ୍ୱ, ନିଷ୍ଠା, କାର୍ଯ୍ୟ ଦକ୍ଷତା, ସାହିତ୍ୟ କୃତି ଅବର୍ଣ୍ଣନୀୟ।

ଅପରପକ୍ଷରେ ଶ୍ରୀମା ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରପେଂସର ଦାସଙ୍କ ଜୀବନୀ ଅନେକଙ୍କୁ ଉଦବୁଦ୍ଧ କରିଛି ଓ ପ୍ରେରଣା ଦେଇ ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଓ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରପେଂସର ଦାସଙ୍କ ଅନୁଗାମୀ ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ପ୍ରମୁଖ ଏହି ଉନ୍ମୋଚନ ସମୟରେ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀ ବିଭାଗର ମୁଖ୍ୟ କିରାଣୀ ବ୍ରହ୍ମାନନ୍ଦ ଜେନା, ଅରୁଣ କୁମାର ସାହୁ, ସୁଦିପ୍ତ କୁମାର ପଣ୍ଡା, ସୁଭାଶିଷ ଯେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories