www.samajalive.in
Thursday, December 11, 2025
16.1 C
Bhubaneswar

ମା’ ଚଣ୍ଡି ମିନେରାଲ୍ସରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟ ଚାଷିଙ୍କ ପାଇଁ କାଳ: ଏକାଧିକ ଆକ୍ରାନ୍ତ, ଚିକିତ୍ସା ସହାୟତା ଦାବି

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅଧିନ ବରଡା ମୌଜାରେ ମା ଚଣ୍ଡି ମିନେରାଲ୍ସ ନାମକ ଏକ କମ୍ପାନୀ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଛି। ଏହି କମ୍ପାନୀ ଏଠାରେ ଏକ ମେଗା କ୍ରସର ସ୍ଥାପନ କରି ହଜାର ହଜାର ଟ୍ରିପ କଳାପଥର ବାହାରକୁ ଚାଲାଣ କରି ଆସୁଅଛି। କିଛି ବର୍ଷ ହେବ ଏହି କମ୍ପାନୀ ଏଠାରେ ବିଭିନ୍ନ ପ୍ରକାର ଛିଣ୍ଡା ଟାୟାର ଜାଳି ସେଥିରୁ ରାସାୟନିକ ତେଲ ବାହାର କରି ଏହାକୁ ବାହରକୁ ଚାଲାଣ କରୁଛି। କମ୍ପାନୀ ଏଠାରେ ଏହି ତେଲ ବାହାର କରିବା ପାଇଁ ଟାୟାର ସବୁକୁ ପୋଡୁଥିବା ସମୟରେ ସ୍ଥାନୀୟ ଅଂଚଳର ଆକାଶରେ ଏକ ପ୍ରକାର କଳା ବାଦଳର ଭ୍ରମ ସୃଷ୍ଟି ହେଉଛି। ଏକ ଉତ୍କଟ ଗନ୍ଧଯୁକ୍ତ ଧୂଆଁ ଆଖପାଖ ଅଂଚଳରେ ବାୟୁ ପ୍ରଦୁଷଣକୁ ବଢାଇ ଚାଲିଛି। ଏହି ପ୍ରକ୍ରିୟା କରଣ ଚାଲିବା ସମୟରେ ନିର୍ଗତ ବର୍ଜ୍ୟ, କଳାଗୁଣ୍ଡ, ରାସାୟନିକ ତେଲ ପାଣିରେ ଛାଡୁଥିବାରୁ ତାହା ନିକଟସ୍ଥ ଚାଷ ଜମିରେ ମିଶି ମାଟିର ଉର୍ବରତା ନଷ୍ଟ କରିବା ସହିତ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଆଖ ପାଖ ବିଲ ଏହି କମ୍ପାନୀ ଦାଉରେ ପଡିଆ ପଡିବା ଭଳି ସ୍ଥିତି ଉତ୍ପନ୍ନ ହେଲାଣି।

 

- Advertisement -

କୃଷିକ୍ଷେତ୍ରରେ କାମ କରିବାକୁ ଯାଉଥିବା ଶ୍ରମିକ ମାନେ ଏହି ବର୍ଜ୍ୟ ବସ୍ତୁର ସଂସ୍ପର୍ଶରେ ଆସିବାରୁ ନାନା ପ୍ରକାର ଚର୍ମ ରୋଗରେ ପିଡିତ ହେଉଛନ୍ତି। ଅନେକ ଚାଷି ଏହାର ସଂସ୍ପର୍ଷରେ ଆସି ହାତ ଗୋଡ କଳା ପଡିବାରୁ ଚିକିତ୍ସିତ ହେଉଥିଲେ ମଧ୍ୟ ତାହା ଭଲ ହେଉ ନଥିବା ଅଭିଯୋଗ କରିଛନ୍ତି। ନିକଟସ୍ଥ ଡଙ୍କାରୀ ଗ୍ରାମର ଚାଷି ପୁର୍ଣ୍ଣଚନ୍ଦ୍ର ଦେହୁରୀ ଏ ନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି ସେ ତାଙ୍କ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ହାତ ଗୋଡ କୁଣ୍ଡେଇ ରାମ୍ପି ହେଲା। କିଛି ସମୟ ଭିତରେ ସେଗୁଡିକ ହାତ ଓ ପାଦ ଠାରୁ ଅଣ୍ଟା ପର୍ଯ୍ୟନ୍ତ ଫଟୋକା ଭଳି ଘା ହୋଇ ଯାଇଛି। ସେ ପର ମୂଲ ଲାଗି କୁଟୁମ୍ବ ପୋଷନ୍ତି। ଚିକିତ୍ସିତ ହେବାକୁ ପାଖରେ ପଇସା ନାହିଁ। ଘରେ ପଡି ରହିଛି। ତୁରନ୍ତ କମ୍ପାନୀ ଏହି ଗରିବକୁ ଚିକିତ୍ସା ନିମନ୍ତେ ସହାୟତା ଦେବାକୁ ଗ୍ରାମବାସୀ ମାନେ ଦୃଢ ଦାବି କରିବା ସହିତ ଏହି ପ୍ରକାର କାର୍ଯ୍ୟ କରିବାକୁ କିଏ ଅନୁମତି ଦେଇଛି ଯଦି ଅନୁମତି ନାହିଁ ତେବେ ଏହା ଏଠାରେ କିପରି କାହା ଛତ୍ରଛାୟା ତଳେ ଚାଲିଛି ତାର ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୂର୍ବରୁ ଏହି କାରଖାନାକୁ ଗ୍ରାମବାସିମାନେ ବିରୋଧ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କାହା ସ୍ୱାର୍ଥରେ ଏହା ଚାଲିଛି ତାହା ବୁଝାପଡୁ ନାହିଁ । କମ୍ପାନୀ ମାଲିକଙ୍କର ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ ମେଡିକାଲରେ ଅଛନ୍ତି ବୋଲି କହି ତୁରନ୍ତ ଫୋନ କାଟି ଦେଇଥିଲେ। ନୁତନ ଜିଲାପାଳ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଚାଷ ଓ ଚାଷିର ମଙ୍ଗଳ ପାଇଁ ଚିନ୍ତା କରିବାକୁ ଦାବି କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories