www.samajalive.in
Friday, December 12, 2025
16.1 C
Bhubaneswar

ଅନନ୍ତ ମହାପାତ୍ର ଓ କୁମ୍‌କୁମ୍‌ ମହାନ୍ତି ପାଇବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୯ ଓ ୨୦୨୦ ଦୁଇବର୍ଷ ପାଇଁ ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାକାରମାନଙ୍କ ଆଜୀବନ ସାଧନା ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଏବଂ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ଅଗଷ୍ଟ ୩୦ରେ ଏହି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ। ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଆଜି ଘୋଷଣା କରାଯାଇଛି। ୨୦୧୯ ବର୍ଷ ନିମନ୍ତେ ଅଭିନୟ ଓ ନିର୍ଦେଶନା ପାଇଁ ଅନନ୍ତ ମହାପାତ୍ରଙ୍କୁ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯିବ। ସେହିପରି ଓଡ଼ିଶୀ ନୃତ୍ୟ ପାଇଁ କୁମ୍‌କୁମ ମହାନ୍ତିଙ୍କୁ ୨୦୨୦ ବର୍ଷ ନିମନ୍ତେ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯିବ।

 

- Advertisement -

ପ୍ରଥମ ଥର ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ସୁନନ୍ଦ ସମ୍ମାନ ଘୋଷଣା। ଡ.ରଘୁନାଥ ସାହୁ ଓ ବନ୍ଦିତା ରାୟ ପାଇବେ ସୁନନ୍ଦା ସମ୍ମାନ। ଗୀତି କବିତା ପାଇଁ ବିନୋଦ ପଶାୟତ ଓ ଅଲେଖ ପଢ଼ିଆରୀଙ୍କୁ ସାରଦା ପ୍ରସନ୍ନ ସମ୍ମାନ। ସେହିପରି ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ୨୦୧୯ ଓ ୨୦୨୦ ବର୍ଷ ନିମନ୍ତେ ୧୬ ଜଣ ଲେଖାଏଁ କଳାକାରଙ୍କୁ ମନୋନୀତ କରାଯାଇଛି ବୋଲି ଓଡ଼ିଶା ସଙ୍ଗୀତ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories