www.samajalive.in
Saturday, December 13, 2025
21.1 C
Bhubaneswar

ଆକାଶରେ ଉଡ଼ିବ ‘ଡ୍ରୋନ ଟ୍ୟାକ୍ସି’

ନୂଆଦିଲ୍ଲୀ: ଦେଶରେ ନୂଆ ଡ୍ରୋନ ଆଇନ କାର୍ଯ୍ୟକାରୀ ହୋଇଛି। ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡ୍ରୋନ ଆଇନ ୨୦୨୧କୁ ଅନୁମୋଦନ କରିଛି। ଫଳରେ ୨୦୨୧ ମାର୍ଚ୍ଚରେ ଜାରି ହୋଇଥିବା ମାନବବିହୀନ ବିମାନ ବ୍ୟବସ୍ଥା ଆଇନ ଅଚଳ ହୋଇଛି। ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ନୂଆ ଆଇନ ଅନୁଯାୟୀ ଡ୍ରୋନ ଉଡାଣ ନିମନ୍ତେ ବିଭିନ୍ନ ପ୍ରକାର ସରକାରୀ ଅନୁମୋଦନକୁ ଉଚ୍ଛେଦ କରାଯାଇଛି।

 

- Advertisement -

ସେହିପରି ଅଧିକ ଓଜନର ଡ୍ରୋନ ଉଡାଣକୁ ଅନୁମତି ପ୍ରଦାନ କରାଯାଇଛି। ଡ୍ରୋନର ସର୍ବାଧିକ ଓଜନ ୩୦୦ କିଲୋରୁ ୫୦୦ କିଲୋକୁ ବୃଦ୍ଧି କରାଯାଇଛି। ଏହା ସହିତ ଡ୍ରୋନ ଟ୍ୟାକ୍ସି (ଉଡନ୍ତା ମୋଟର ଯାନ) ଚଳାଚଳକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଫଳରେ ସଡକ ପଥ ପରିବର୍ତ୍ତେ ଆକାଶ ପଥରେ ଚଳାଚଳ କରିବା ସହଜ ହେବ। ଉଡନ୍ତା ମୋଟର ଯାନ ବିକାଶ ଦିଗରେ ବିଶ୍ବର ବିଭିନ୍ନ ଉଦ୍ୟୋଗୀମାନେ ଗବେଷଣା ଚଳାଛନ୍ତି। ଫଳରେ ସାଧାରଣ ଲୋକେ କାର୍‌ରେ ସଡକ ପଥ ପରିବର୍ତ୍ତେ ଆକାଶ ପଥରେ ଯାତ୍ରା କରିପାରିବେ। ଓଲା ଓ ଉବେର ଭଳି ଆକାଶ ପଥରେ ମୋଟର ଯାନ ଦେଖିବାକୁ ମିଳିବ। ନୂଆ ଆଇନରେ ଅଣୁ ଓ କ୍ଷୁଦ୍ର ଡ୍ରୋନ ଉଡାଣ ନିମନ୍ତେ ଅନୁମତିର ଆବଶ୍ୟକ ନାହିଁ। ସେହିପରି ମାଲପତ୍ର ପରିବହନ ନିମନ୍ତେ ସ୍ବତନ୍ତ୍ର ଡ୍ରୋନ କରିଡର ବିକାଶ କରାଯିବ ବୋଲି ଆଇନରେ ଉଲ୍ଲେଖ ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories