www.samajalive.in
Friday, December 12, 2025
16.1 C
Bhubaneswar

ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଦୋମୁହାଁ ନୀତି ରଖୁଥିବା ଅଭିଯୋଗ କରି କଣ୍ଟାବାଞ୍ଜି ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି : ତୁରକେଲା ବ୍ଲକ ସ୍ଥିତ ମହଖଣ୍ଡ ଗ୍ରାମପଞ୍ଚାୟତରୁ ବିଜେଡିର ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ନେତୃତ୍ବରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବାକୁ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିବା ସହ ଏ ବିଷୟରେ ଗ୍ରାମମାନଙ୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ବିଗତ ୧ ବର୍ଷ ହେଲା ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କର ଏକ ସୂଚୀ ରାଜ୍ୟ ସରକାର ଛଅ ଛଅ ଥର କେନ୍ଦ୍ରକୁ ଚିଠି କରିଥିଲେ ସୁଦ୍ଧା କେନ୍ଦ୍ର ସରକାର ଆଜି ପର୍ୟ୍ୟନ୍ତ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ଗୁରୁତ୍ୱ ନଦେଇ ଲୋକଙ୍କୁ ଭୁଆଁ ବୁଲାଉଥିବା କହି ଦୃଢ଼ ନିନ୍ଦା କରାଯାଇଥିଲା।

ଅନ୍ୟ ପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଐତିହାସିକ ଜନ ହିତକର ଯୋଜନା ଆର୍ଶୀବାଦ ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ଲୋକଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇ ଦିଆଯାଇଥିଲା। ମହଖଣ୍ଡ ଗ୍ରାମପଞ୍ଚାୟତର ସକ୍ରିୟ କଂଗ୍ରେସ ନେତା ମୁକୁନ୍ଦ ତାଣ୍ଡି ମୁଖ୍ୟମନ୍ତ୍ରୀଙ୍କର ଜନ ହିତକର ଯୋଜନା ଏବଂ ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କର ଜନହିତ ସେବାକାର୍ୟ୍ୟରେ ପ୍ରଭାବିତ ହୋଇ ତାଙ୍କ ସମର୍ଥକମାନଙ୍କ ସହିତ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଆଜିର ଏହି ସଚେତନ କାର୍ୟ୍ୟକ୍ରମରେ ତୁରେକେଲା ବ୍ଲକ  ମହଖଣ୍ଡ, କନ୍ଦେଇ, ଟିକ୍ରାପଡା, ଚାରପାଣି, ବଡବାଙ୍କି, ବଡ଼ଡୁକୁଲା, ଢୋଲମାନ୍ଦଲ, ହଲନଭଟା, ଖର୍ଲି, ମହୁଲପାଟି, ଝରଣୀ, ଗ୍ରାମମାନଙ୍କର ଦଳ ତରଫରୁ ସଚେତନ କାର୍ୟ୍ୟକ୍ରମ କରାଯାଇଥିଲା। ଆଜିର ଏହି କାର୍ୟ୍ୟକ୍ରମରେ ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ବ୍ଲକ ମହିଳା ସଭାନେତ୍ରୀ ଶ୍ରୀମତୀ ସରସ୍ବତୀ ମେହେର ଜିଲ୍ଲା ମହିଳା ସମ୍ପାଦିକା ଶ୍ରୀମତୀ ତପସ୍ବିନୀ ରଣା, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ବିଶ୍ବନାଥ ସାହୁ, ଜିଲ୍ଲା ଯୁବ ସମ୍ପାଦକ ଶାନ୍ତନୁ ବିଭାର, ହେମପତି ଛତ୍ରିଆ, ପବିତ୍ର ହସ, ସଦାନନ୍ଦ ପୁଟେଲ, ଯଦୁ ପୁଟେଲ, ବିଜୟ କୁମାର ନାଗ, ଦୁର୍ୟ୍ୟୋଧନ ନାଗ, ଲକ୍ଷ୍ମୀଧର ନିଆଲ, ଓକିଲ ନିଆଲ, ପ୍ରମୁଖ ସାମିଲ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories