www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର :  ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର  ଅନୁଷ୍ଠିତ ହେବ । ଏଥିରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଂରକ୍ଷଣ ବ୍ୟବସ୍ଥା ନେଇ କେତେକ ସଂଶୋଧନ ପ୍ରସ୍ତାବ ରହିବ । ଏହାଦ୍ୱାରା ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ଲାଗି ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ତାହା ପ୍ରତିଫଳିତ ହେବ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ ଲୋକସେବା ଭବନରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ପ୍ରାୟ ୯ଟିରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ଏଥିରେ ପଞ୍ଚାୟତିରାଜ ସଂରକ୍ଷଣ ନିୟମର ସଂଶୋଧନ ପ୍ରସ୍ତାବ ସହିତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ କରାଯିବା ପାଇଁ ପ୍ରସ୍ତାବ ଆସିବ। ଏହାବାଦ୍‍ ପରିବହନ ବିଭାଗ ପକ୍ଷରୁ ‘ଇ-ଯାନ’ ନୀତି ଭଳି ବିଭିନ୍ନ ବିଭାଗର କ୍ୟାଡ଼ର ପୁନର୍ଗଠନ ସହିତ ପାନୀୟଜଳ ଯୋଗାଣ ଟେଣ୍ଡର ଭଳି କେତେକ ପ୍ରସ୍ତାବ ଆସିବାକୁ ରହିଥିବା ଜଣାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories