www.samajalive.in
Saturday, December 13, 2025
26.1 C
Bhubaneswar

ବେଗୁନିଆ ଥାନା ଅଞ୍ଚଳରୁ ୮୩ ୱାରେଣ୍ଟି ଗିରଫ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଥିବା ୧୫୭ ଜଣ ୱାରେଣ୍ଟିଙ୍କ ମଧ୍ୟରୁ ୮୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉଚ୍ଚ ଅଦାଲତରେ ଅତି ଜଘନ୍ୟ ଅପରାଧରେ ସମ୍ପୃକ୍ତି ଥାଇ ଫେରାର ଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ନିମ୍ନ ଅଦାଲତରେ ବିଭିନ୍ନ କେଶରେ ସମ୍ପୃକ୍ତି ଥିବା ୫୦ ଜଣ ୱାରେଣ୍ଟି ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଭୁଲ ଠିକଣା ସହିତ ମୃତ୍ୟୁ ଘଟଣା ଏବଂ ଅନ୍ୟାନ୍ୟ କାରଣ ପାଇଁ ୩୦ଟି ୱାରେଣ୍ଟ କୋର୍ଟକୁ ଫେରିଯାଇଛି। ୧୦ ଦିନ ଭିତରେ ଏକାଥରକେ ଏତେ ସଂଖ୍ୟକ ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ଘଟଣା ବେଗୁନିଆ ଥାନାରେ ରେକର୍ଡ ସୃଷ୍ଟି କରି ପାରିଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଜନସାଧାରଣ ଆଶାବାଦୀ ଅଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories