ନୂଆଦିଲ୍ଲୀ: ଗତ ମଙ୍ଗଳବାର ଦିନକ ମଧ୍ୟରେ ଦେଶରେ ୩୭,୫୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୩୪,୧୬୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଦେଶରେ ସଂପ୍ରତି ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩,୨୨,୩୨୭ ରହିଛି। ଦୈନିକ ସଂକ୍ରମଣ ହାର ୨.୧୦% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୨% ରହିଥିବାବେଳେ ଆରୋଗ୍ୟ ହାର ୯୭.୬% ହୋଇଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୧.୧୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହି ସମୟ ମଧ୍ୟରେ ୫୯.୫୫ କୋଟି ପାନ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଜଣାଯାଇଛି।
Popular Categories



