www.samajalive.in
Thursday, December 11, 2025
26.1 C
Bhubaneswar

ବୌଦ୍ଧରେ କର୍କଟ ରୋଗ ପରାମର୍ଶ ଶିବିର

ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟର ଜିଲା କର୍କଟ ରୋଗ ଚିକିତ୍ସା ଓ ପ୍ରଶମନ କେନ୍ଦ୍ରଠାରେ କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁମ୍ବାଇର କର୍କଟ ରୋଗ ବିଶେଷଜ୍ଞ ଡା. ଦୀନେଶ ପଣ୍ଡାରକର ଏହି ଶିବିରରେ ଯୋଗଦେଇ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦେଇଥିଲେ। ଏହାବ୍ୟତୀତ କର୍କଟ ରୋଗର କାରଣ ନିରାକରଣ,ଚିହ୍ନଟ ଓ ଚିକିତ୍ସା ସଂପର୍କରେ ରୋଗୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅତିରିକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର, ଏପିଡେମୋଲୋଜିଷ୍ଟ ଜ୍ଞାନ ରଂଜନ ମହାନ୍ତି,ପରାମର୍ଶଦାତା ଆଲୋକ କୁମାର ମିଶ୍ର,ରାଜ୍ୟ ପର୍ଯ୍ୟାଲୋଚନା କମିଟିର ସ୍ମୃତି ରଂଜନ ନାୟକ ଓ ଲଳିତ ମୋହନ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ଶିବିର ଜରିଆରେ ମୋଟ୍‍ ୧୪ ଜଣ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ପ୍ରଦାନ କରାଯାଇଥିଲା।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories