www.samajalive.in
Monday, December 8, 2025
13.1 C
Bhubaneswar

ଅବ୍ୟବହୃତ ସମ୍ପତ୍ତିରୁ ମିଳିବ ୬ଲକ୍ଷ କୋଟି

ନୂଆଦିଲ୍ଲୀ : ଅବ୍ୟବହୃତ ସରକାରୀ ସମ୍ପତ୍ତିର ଉପଯୋଗ ପୂର୍ବକ ଅର୍ଥ ରୋଜଗାର ନିମନ୍ତେ କେନ୍ଦ୍ର ସରକାର ନ୍ୟାସନାଲ ମନିଟାଜେସନ୍ ପାଇପଲାଇନ (ଏନଏମପି) ଯୋଜନାର ଶୁଭାରମ୍ଭ କରିଛନ୍ତି। ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬ଲକ୍ଷ କୋଟି ଟଙ୍କାର ଏନଏମପି ଘୋଷଣା କରିଛନ୍ତି। ଅର୍ଥାତ୍ ଆଗାମୀ ୪ବର୍ଷରେ ସରକାର ନିଜର ଅବ୍ୟବହୃତ ସମ୍ପତ୍ତିର ବିନିଯୋଗ ପୂର୍ବକ ୬ଲକ୍ଷ କୋଟି ଟଙ୍କା ଆୟ କରିବେ। ଏହି ଯୋଜନା ଅନୁଯାୟୀ ସରକାରଙ୍କ ଅବ୍ୟବହୃତ ସମ୍ପତ୍ତିକୁ ଘରୋଇ ସଂସ୍ଥାଗୁଡିକୁ ଲିଜ୍ ଭିତ୍ତିରେ ଦିଆଯିବ। ଏହାଦ୍ବାରା ସରକାର ନିଜ ସମ୍ପତ୍ତିର ବିନିଯୋଗ ପୂର୍ବକ ଅର୍ଥ ରୋଜଗାର (ଆସେଟ୍ ମନିଟାଇଜେନ) କରିପାରିବେ। ଏହି ଯୋଜନା ୪ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଯେଉଁସବୁ ସମ୍ପତ୍ତିଗୁଡିକ ସରକାର ଘରୋଇ ସଂସ୍ଥାକୁ ବ୍ୟବହାର ପାଇଁ ଦେବେ ତାର ମାଲିକାନା ସରକାରଙ୍କ ପାଖରେ ରହିବ। ଏପରିକି ନିର୍ଦ୍ଦିଷ୍ଟ ସମୟ ପରେ ଏହିସବୁ ସମ୍ପତ୍ତି ସରକାରଙ୍କ ପାଖକୁ ଫେରିଆସିବ। ଜାତୀୟ ରାଜପଥ, ରେଳବାଇ ଓ ଶକ୍ତି କ୍ଷେତ୍ରକୁ ସରକାର ଅର୍ଥ ରୋଜଗାରର ପ୍ରମୁଖ ମାଧ୍ୟମ ଭାବେ ବାଛିଛନ୍ତି। ଏମାନଙ୍କ ମଧ୍ୟରେ ରେଳବାଇର ୧୫ଟି ଷ୍ଟାଡିୟମ୍, ୨୫ଟି ବିମାନବନ୍ଦର, ୧୬୦ଟି କୋଇଲା ଖଣିକୁ ଆସେଟ୍ ମନିଟାଇଜେନ ଲାଗି ବ୍ୟବହାର ହେବ। ସଡ଼କ, ପରିବହନ, ରେଳ, ବିଜୁଳି, ଗ୍ୟାସ ପାଇପଲାଇନ, ବେସାମରିକ ବିମାନ ଚଳାଚଳ, ବନ୍ଦର, ଟେଲି ଯୋଗାଯୋଗ, ମାଗାନିଜ, କୋଇଲା ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସହ ଜଡ଼ିତ ସମ୍ପତ୍ତିକୁ ଆସେଟ୍ ମନିଟାଇଜେନ୍ ଲାଗି ବ୍ୟବହାର କରାଯିବ। ଯୋଜନାର ଶୁଭାରମ୍ଭ ଅବସରରେ ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି ଯେ ସରକାରୀ ସମ୍ପତ୍ତିର ଉତ୍ତମ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଘରୋଇ ଉଦ୍ୟୋଗକୁ ସାମିଲ କରିବା ଜରୁରୀ ଆବଶ୍ୟକ। ଏହାଦ୍ବାରା ଉତ୍ତମ ସେବା ଓ ସୁବିଧା ଦିଆଯାଇପାରିବ। ଏହି ଯୋଜନା ମାଧ୍ୟମରେ ପ୍ରଥମ ବର୍ଷରେ ସରକାର ୮୮ ହଜାର କୋଟି ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସେଟ୍ ମନିଟାଇଜେସନ୍‌ ପାଇଁ ସମସ୍ତ ମନ୍ତ୍ରଣାଳୟ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନିର୍ଦ୍ଦିଷ୍ଟ ସମୟରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ସମ୍ପତ୍ତିର ବ୍ୟବହାର କରା ନଗଲେ ସମ୍ପୃକ୍ତ ମନ୍ତ୍ରଣାଳୟରୁ ନିତି ଆୟୋଗ ଓ ଅର୍ଥ ମନ୍ତ୍ରଣାଳୟ ସହଯୋଗ କରିବେ। ସଡକ ଭିତ୍ତିଭୂମି କ୍ଷେତ୍ରରୁ ସର୍ବାଧିକ ୧,୬୦,୨୦୦ କୋଟି ରୋଜଗାର ଲକ୍ଷ୍ୟ ରଖାଯାଇଛି। ଏହା ସହିତ ରେଳବାଇରୁ ୧,୫୨,୪୯୬ କୋଟି, ବିମାନବନ୍ଦରରୁ ୨୦,୭୮୨ କୋଟି ରୋଜଗାର ଲକ୍ଷ୍ୟ ରଖାଯାଇଛି। ସୀତାରମଣ ତାଙ୍କର ୨୦୨୧ ବଜେଟ୍‌ ଅଭିଭାଷଣ କାଳରେ ଏନଏମପି ସମ୍ପର୍କରେ ଘୋଷଣା କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories