ମାଲକାନଗିରି : ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁରୁପ୍ରିୟା ନଦୀରେ ଭାରସାମ୍ୟ ହରାଇ ଏକ ଦେଶୀ ଡଙ୍ଗା ଓଲଟି ପଡ଼ିଛି। ବାଇଲିଗୁମ୍ମା ଗାଁର ଘେନୁ ପାଙ୍ଗି ଓ ତାଙ୍କ ପତ୍ନୀ ତୁଳା ପାଙ୍ଗି ବ୍ୟାଙ୍କରୁ ମନରେଗା ଟଙ୍କା ଆଣିବା ପାଇଁ ଦେଶୀ ଡଙ୍ଗା ନେଇ ଯାଇଥିଲେ। ବ୍ୟାଙ୍କରୁ ଟଙ୍କା ଆଣିବା ପରେ କୁଆଡ଼େ ସ୍ବାମୀ ମଦ୍ୟପାନ କରିଥିଲେ। ଦେଶୀ ଡଙ୍ଗା ନେଇ ସେମାନେ ଘରକୁ ଫେରୁଥିଲେ। ମଝି ନଈରେ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘେନୁ ପାଣିରେ ନିଖୋଜ ହୋଇଯାଇଥିଲେ। ତେବେ ଜୀବନ ବଞ୍ଚାଇ ତୁଳା ଡଙ୍ଗାଟି ନେଇ କୂଳକୁ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ତହସିଲ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।
Popular Categories



