www.samajalive.in
Thursday, December 11, 2025
13.1 C
Bhubaneswar

ପାରା ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବ : ଭାରତର ୫ ଖେଳାଳି, ୬ ଅଧିକାରୀ

ଟୋକିଓ  : ମଙ୍ଗଳବାରଠାରୁ ଟୋକିଓ ପାରାଲିମ୍ପିକ୍‌ସ ଆୟୋଜନ ହେବ। ଏହିଦିନ ଜାତୀୟ ଅଲିମ୍ପିକ୍‌ସ ଷ୍ଟାଡିୟମରେ ନିରାଡ଼ମ୍ବର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଭାରତର ୫ ଜଣ କ୍ରୀଡ଼ାବିତ୍ ଓ ୬ ଜଣ ଅଧିକାରୀ ଭାଗନେବେ। ଉଦ୍‌ଘାଟନୀ ଉତ୍ସବ‌େ​‌ର କ୍ରୀଡ଼ାବିତ୍‌ଙ୍କ ସଂଖ୍ୟାରେ କୌଣସି କଟକଣା ନାହିଁ। ହେଲେ ଅଦ୍ୟାବଧି ମାତ୍ର ୭ ଜଣ ଭାରତୀୟ କ୍ରୀଡ଼ାବିତ୍‌ ଟୋକିଓରେ ପହଞ୍ଚି ସାରିଛନ୍ତି। ହେଲେ ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲ ଓ ସୋନାଲ ପଟେଲଙ୍କର ବୁଧବାର ମ୍ୟାଚ୍‌ ଥିବାରୁ ଦୁହେଁ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇନାହାନ୍ତି। ତେଣୁ ବାକି ୫ ଜଣ ଉଦ୍‌ଘାଟନୀ ଉତ୍ସବରେ ଭାଗନେବେ। ହାଇଜମ୍ପର ମାରିୟାପ୍ପାନ ଥାଙ୍ଗାଭେଲୁ ଉତ୍ସବରେ ଭାରତୀୟ ଜାତୀୟ ଧ୍ବଜା ବହନ କରିବେ। ଅନ୍ୟ ୪ ଜଣ ହେଲେ ଡିସ୍‌କସ୍ ଫିଙ୍ଗାଳି ବିନୋଦ କୁମାର, ଜାଭେଲିନ୍ ଫିଙ୍ଗାଳି ତେକ୍ ଚାନ୍ଦ ଏବଂ ଦୁଇ ପାୱର ଲିଫ୍‌ଟର ଜୟଦୀପ ଓ ସାକିନା ଖାତୁନ୍। ଏହି ପାରାଲିମ୍ପିକ୍‌ସରେ ଭାରତର ୫୪ ଜଣ ପ୍ରତିଯୋଗୀ ଭାଗନେବେ; ଯାହା ଅଦ୍ୟାବଧି ସର୍ବାଧିକ। ମଙ୍ଗଳବାର ଜାପାନ ସମ୍ରାଟ୍‌ ନାରୁହିତୋ କ୍ରୀଡ଼ାର ଉଦ୍‌ଘାଟନ କରିବେ।

ଟୋକିଓରେ ପହଞ୍ଚିଲେ ତାଏ​‌େ​‌କ୍ବାଣ୍ଡୋ, ଟିଟି ଓ ଶକ୍ତି ଉତ୍ତୋଳନ ଖେଳାଳି
କରୋନା ମହାମାରୀ କଟକଣା ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେଉଛି ଟୋକିଓ ପାରାଲିମ୍ପି୍‌ସ। ଏଥିରେ ୪୦ଜଣ ପୁରୁଷ ଓ ୧୪ଜଣ ମହିଳାଙ୍କ ସମେତ ୫୪ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ତୃତୀୟ ଦଫାରେ ଟେବୁଲଟେନିସ, ଶକ୍ତିଉତ୍ତୋଳନ ଓ ତାଏ‌େ‌କ୍ବାଣ୍ଡୋ ଖେଳାଳିମାନେ ଟୋକିଓରେ ପହଞ୍ଚିଛନ୍ତି। ଗୁଜରାଟର ପାରା ଟେବୁଲଟେନିସ ଖେଳାଳି ଭବାନୀ ପଟେଲ ଓ ସୋନାଲବେନ୍‌ ପଟେଲ ଅଂଶଗ୍ରହଣ କରିବେ। ଭବାନୀ ହ୍ବିଲଚେୟାର କ୍ଲାସ-୪ କାଟାଗୋରୀ ଓ ସୋନାଲବେନ୍ କ୍ଳାସ-୩ ମହିଳା ସିଙ୍ଗଲ୍‌ସରେ ଅଂଶଗ୍ରହଣ କରିବେ। ଉଭୟଙ୍କ ପ୍ରତିଯୋଗିତା ଅଗଷ୍ଟ ୨୫ରୁ ଆରମ୍ଭ ହେବ। ସେହିପରି ତାଏ​‌େ​‌କ୍ବାଣ୍ଡୋରେ ୨୧ ବର୍ଷୀୟା ଅରୁଣା ତନୱାର ୪୯ କିଗ୍ରା କେ୪୪ ବିଭାଗରେ ଅଂଶଗ୍ରହଣ କରିବେ। ପାରା ଶକ୍ତିଉତ୍ତୋଳକ ଜୟ ଦୀପ୍‌ ପୁରୁଷ ୬୫ କିଗ୍ରାରେ ଓ ସାକିନା ମହିଳା ୫୦ କିଗ୍ରା ବର୍ଗରେ ଅଂଶଗ୍ରହଣ କରି​ କରିବେ।
ନଜରରେ ରହିବେ ଏହି କ୍ରୀଡ଼ାବିତ୍‌ମାନେ
ଟୋକିଓ ପାରାଲିମ୍ପିକ୍‌ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ପାରା କମିଟି ଅଫ ଇଣ୍ଡିଆ ସଭାପତି ଦୀପା ମଲିକ ଓ ଚିଫ ଡି ମିଶନ ଦୃଢତାର ସହିତ କହିଛନ୍ତି। ପ୍ରତିଯୋଗିତାରେ ଭାରତରୁ ୪୦ଜଣ ପୁରୁଷ ଓ ୧୪ଜଣ ମହିଳାଙ୍କ ସମେତ ମୋଟ ୫୪ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରୁ ଏକାଧିକ କ୍ରୀଡ଼ାବିତ୍‌ ପଦକ ଆଶା ରଖିଛନ୍ତି। କ୍ଲବ ଥ୍ରୋ ଏଫ୍‌୫୧ରେ ଧରମବୀର ନୈନ, ଏଫ୍‌୫୨ ଡିସ୍‌କସ ଥ୍ରୋ ରେ ବିନୋଦ କୁମାର, ଟି୪୭ ଉଚ୍ଚଡିଅାଁରେ ରାମ ପାଲ୍‌, ଟି୬୩ ହାଇଜମ୍ପରେ ମାରିୟାପ୍ପାନ ଥାଙ୍ଗାଭାଲୁ,ଟି୬୪ ଉଚ୍ଚଡିଆାଁରେ ପ୍ରବୀଣ କୁମାର, ଏଫ୍‌୪୬ ପୁରୁଷ ଜାଭେଲିନ୍‌ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ, ଏଫ୍‌୬୪ ଜାଭେଲିନ ଥ୍ରୋ ରେ ସନ୍ଦୀପ ଚୌଧୁରୀ, ଏସ୍‌ଏଲ-୩ ପୁରୁଷ ସିଙ୍ଗଲ୍‌ସ ବ୍ୟାଡ଼ମିଣ୍ଟନରେ ପ୍ରମୋଦ ଭଗତ, ମନୋଜ ସରକାର, ଏସ୍‌ଏଲ-୪ ପୁରୁଷ ବ୍ୟାଡ଼ମିଣ୍ଟନରେ ତରୁଣ ଧିଲନ, ମହିଳା ଏସ୍‌ଏଲ-୪ ସିଙ୍ଗଲ୍‌ସ ବ୍ୟାଡ଼ମିଣ୍ଟନରେ ପାରୁଲ ପାରମର, ସିଙ୍ଗଲ୍‌ସ ମହିଳା ଏସ୍‌ୟୁ-୫ ବ୍ୟାଡ଼ମିଣ୍ଟନରେ ପଲ୍ଲକ କୋହଲି,ପୁରୁଷ ୬୫ କିଗ୍ରା ଶକ୍ତିଉତ୍ତୋଳନରେ ଜୟଦୀପ୍‌ ଦେସୱାଲ, ମହିଳା ୫୦ କିଗ୍ରା ଶକ୍ତିଉତ୍ତୋଳନରେ ସାକିନା ଖାତୁନ, ମହିଳା ଭିଏଲ-୨ କାନୋଇଂରେ ପ୍ରାଚୀ ଯାଦବ, ବନ୍ଧୁକଚାଳନା ପୁରୁଷ ବର୍ଗରେ ମନୀଷ ନରୱାଲ, ଦୀପେନ୍ଦର ସିଂହ, ମହିଳାରେ ରୁବିନା ଫ୍ରାନ୍‌ସିସ୍, ଅଭାନୀ ଲେଖହରା ,ତାଏକ୍ବାଣ୍ଡୋ ମହିଳା ବିଭାଗରେ ଅରୁଣା ତନୱାର ପ୍ରମୁଖଙ୍କ ଉପରେ ନଜର ରହିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories