www.samajalive.in
Thursday, December 11, 2025
15.1 C
Bhubaneswar

ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ପୁରୀ : ପ୍ରାୟ ୪ ମାସର ବ୍ୟବଧାନ ପରେ ସୋମବାରଠୁ ସର୍ବସାଧାରଣଙ୍କ ଠାକୁର ଦର୍ଶନ ଲାଗି ଶ୍ରୀମନ୍ଦିର ଖୋଲିବ। କରୋନା ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁମାନେ ସୋମବାରଠୁ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଲାଗି କରୋନା ସଂକ୍ରମିତ ହୋଇନ ଥିବା ଆର୍‌ଟିପିସିଆର୍‌ ପରୀକ୍ଷା ବିବରଣୀ (ରିପୋର୍ଟ) କିମ୍ବା ଓ ଦୁଇଟି ପାନ କରୋନା ଟିକା ନେଇଥିବା ପ୍ରମାଣପତ୍ର ସହ ଆଧାରକାର୍ଡ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବାଡ଼ (ବ୍ୟାରିକେଡ୍‌) ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ଆରକ୍ଷୀ ବଳ ମୁତୟନ କରାଯିବ।
ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ପଟେ ଶ୍ରଦ୍ଧାଳୁ ପ୍ରବେଶ କରିବେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ବ୍ୟବସ୍ଥା କରାଯାଇଛି। ବୟସ୍କ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି।
କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଏବଂ ପରେ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚକ୍ରରାଜ ସୁଦର୍ଶନ ଚତୁର୍ଦ୍ଧାମୂତ୍ତିଙ୍କ ସମେତ ବେଢାଭିତରେ ଥିବା ଅନ୍ୟାନ୍ୟ ଦେବଦେବୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories