ଲଣ୍ଡନ : ଆଫଗାନିସ୍ତାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଜି-୭ର ଜରୁରୀ ବୈଠକ ଡାକିଛନ୍ତି। ରବିବାର ଜନସନ ତାଙ୍କ ଟ୍ବିଟରରେ ବୈଠକ ଡାକିବା ନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର (ଅଗଷ୍ଟ ୨୪)ରେ ବୈଠକ ଅନୁଷ୍ଠିତ ହେବ। ଜନସନ କହିଛନ୍ତି ଯେ ଆଫଗାନିସ୍ତାନରେ ସୃଷ୍ଟ ପରିସ୍ଥିତିର ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ଏକଜୁଟ୍ ହେବା ଦରକାର। ବିଶେଷକରି ଆଫଗାନିସ୍ତାନର ମାନବାଧିକାର ସଙ୍କଟ, ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ଓ ଦେଶବାସୀଙ୍କ ସ୍ବାର୍ଥ ରକ୍ଷା ଲାଗି ଜନ୍ସନ ଆନ୍ତର୍ଜାତିକ ସମୁଦାୟକୁ ନିବେଦନ କରିଛନ୍ତି। ପୂର୍ବରୁ ଜନ୍ସନ କହିଥିଲେ ଯେ ଆଫଗାନିସ୍ତାନ ପରିସ୍ଥିତିରେ ଉନ୍ନତି ଆଣିବା ଲାଗି ବ୍ରିଟେନ ପ୍ରତିଶ୍ରୁତିବଦ୍ଧ। ଏପରି କି ଆଫଗାନବାସୀଙ୍କ ସ୍ବାର୍ଥରକ୍ଷା ଲାଗି ବ୍ରିଟେନ ତାଲିବାନଙ୍କ ସହିତ କାମ କରିବ ବୋଲି ସେ କହିଥିଲେ।
Popular Categories



