www.samajalive.in
Friday, December 12, 2025
23.1 C
Bhubaneswar

ପ୍ରୋତ୍ସାହିତ କରାଯିବ ସୌରଶକ୍ତି ବ୍ୟବହାର

ଭୁବନେଶ୍ୱର: ରାଜ୍ୟରେ ସୌରଶକ୍ତି ବ୍ୟବହାର ବଢ଼ାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ । ଘରୋଇ, ବେସରକାରୀ ଓ ବ୍ୟବସାୟିକ ସଂସ୍ଥାକୁ ଏ ନେଇ ପରାମର୍ଶ ଦିଆଯିବ। ଏଥି ନିମନ୍ତେ ସଚେତନତା ଓ କ୍ଷେତ୍ର ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି। ନବୀକରଣ ଯୋଗ୍ୟ ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ସଫଳତା ହାସଲ କରିଥିବା ଓଡ଼ିଶା ଅଣ ପାରମ୍ପରିକ ଶକ୍ତି ବିକାଶ ସଂସ୍ଥା(ଓରେଡା)ର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ଅବସରରେ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି । ସୌର ହିଟର, ସୌର ଲାଇଟ, ମାଙ୍କଡ଼ ଆଦି ବନ୍ୟଜନ୍ତୁଙ୍କ ଠାରୁ ବଗିଚା ଓ କୃଷି ଫାର୍ମ ଆଦିର ସୁରକ୍ଷା ନିମନ୍ତେ ସୌର ପାଚେରୀ, କୃଷି ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟାକରଣ କ୍ଷେତ୍ରରେ ସୌର ଯନ୍ତ୍ରର ବ୍ୟବହାର ବଢ଼ାଇବା ପାଇଁ ସେ କହିଛନ୍ତି ।

ସମୀକ୍ଷାରୁ ଜଣାଯାଇଛି, ଜୁଲାଇ ମାସ ଶେଷ ସୁଦ୍ଧା ଓରେଡା ରାଜ୍ୟର ବିଭିନ୍ନ ସ୍ଥାନରେ ୪ଲକ୍ଷ ବିଭିନ୍ନ ପ୍ରକାର ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର ଯନ୍ତ୍ର ପ୍ରତିଷ୍ଠା କରିଛି । ଏହାଦ୍ୱାରା ୫.୫ ନିୟୁତ ଲୋକ ଉପକୃତ ହୋଇଛନ୍ତି । ନବୀକରଣ ଯୋଗ୍ୟ ଶକ୍ତି ଯନ୍ତ୍ର ସ୍ଥାପନ ଦ୍ୱାରା ବାର୍ଷିକ ହାରାହାରି ୩୦ ମେଟ୍ରିକଟନ କାର୍ବନ ନିର୍ଗମନ ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ଓରେଡା ପ୍ରାୟ ୧୨.୩ ମେଗାୱାଟ ସୌରଶକ୍ତି ଉତ୍ପାଦନ ପାଇଁ ୧୧୬୩ଟି ଛାତ ଉପରେ ସୌରଶକ୍ତି ୟୁନିଟ ସ୍ଥାପନ କରିଛି । ଏହାବ୍ୟତୀତ ୨.୪୪ ଲକ୍ଷ ଜୈବ ଗ୍ୟାସ ପ୍ଲାଣ୍ଟ, ୧୩,୨୧୯ ସୌରଶକ୍ତି ପାନୀୟଜଳ ପ୍ରକଳ୍ପ, ୧୬୮୭ ସୌର ଜଳସେଚନ ପମ୍ପ, ୧୮୧୨୨ଟି ଉନ୍ନତ ସୌର ରନ୍ଧନ ଚୂଲା ସ୍ଥାପନ କରାଯାଇଛି । ୨୯୦୩ଟି ଗ୍ରାମରେ ୮୪,୮୫୮ଟି ଘରୋଇ ବାସଗୃହକୁ ବୁଦ୍ୟୁତ ଯୋଗାଣ ସହ ୮୨,୦୩୩ଟି ସୌର ଲଣ୍ଠନ ବଣ୍ଟନ କରାଯାଇଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories