www.samajalive.in
Monday, December 8, 2025
24.1 C
Bhubaneswar

ମଙ୍ଗଳସୂତ୍ର ଧାରଣ କରିବାର ସଠିକ୍‍ ନିୟମ ଓ ଏହାର ମହତ୍ତ୍ୱ

ମଙ୍ଗଳସୂତ୍ରକୁ ବୈବାହିକ ଜୀବନର ସବୁଠାରୁ ବଡ଼ ପ୍ରତୀକ ବୋଲି କୁହାଯାଇଥାଏ। ଏହା କଳା ମାଳିରେ ଗୁନ୍ଥି ହୋଇଥିବା ଏକ ମାଳା। ଯାହାକୁ ମହିଳାମାନେ ନିଜ ଗଳାରେ ଧାରଣ କରିଥାଆନ୍ତି। ଏହା ସହ ବହୁ ତଥ୍ୟ ଯୋଡ଼ି ହୋଇ ରହିଛି ଓ ସବୁ ତଥ୍ୟ ଶୁଭ ଫଳ ସହ ସମ୍ବନ୍ଧିତ। କୁହାଯାଏ ଯେ ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ସ୍ୱାମୀଙ୍କୁ ସୁରକ୍ଷା ମିଳିଥାଏ ଓ ସ୍ୱାମୀଙ୍କ ଜୀବନର ସମସ୍ତ ସଙ୍କଟ ଦୂର ହୋଇଥାଏ। ତତ୍‍ସହିତ ଏହା ମହିଳାମାନଙ୍କ ପାଇଁ ରକ୍ଷାକବଚ ଭଳି କାର୍ଯ୍ୟ କରିଥାଏ।

ମଙ୍ଗଳସୂତ୍ର ଗ୍ରହମାନଙ୍କୁ ନିୟନ୍ତ୍ରିତ କରିଥାଏ :

- Advertisement -

– ମଙ୍ଗଳସୂତ୍ରର ହଳଦିଆ ସୂତ୍ର ଓ ସେଥିରେ ଲାଗିଥିବା ସୁନା କିମ୍ବା ପିତ୍ତଳ ବୃହସ୍ପତିଙ୍କ ପ୍ରତୀକ ହୋଇଥାଏ।
– ଯଦ୍ୱାରା ଏହାକୁ ଧାରଣ କରିଥିବା ମହିଳାମାନଙ୍କ ଉପରେ ବୃହସ୍ପତିଙ୍କ କୃପାଦୃଷ୍ଟି ରହିଥାଏ।
– ସେଥିରେ ଲାଗିଥିବା କଳା ମାଳି ଦ୍ୱାରା ମହିଳାଙ୍କ ସୌଭାଗ୍ୟ କୁଦୃଷ୍ଟିରୁ ରକ୍ଷା ପାଇଥାଏ।
– ଏହା ମଧ୍ୟ କୁହାଯାଏ ଯେ ମଙ୍ଗଳସୂତ୍ରର ହଳଦିଆ ଅଂଶ ମାତା ପାର୍ବତୀ ଓ କଳା ଅଂଶ ଭଗବାନ ଶିବ ହୋଇଥାଆନ୍ତି।
– ପ୍ରଭୁ ଶିବଙ୍କ କୃପାରୁ ମହିଳା ଓ ତାଙ୍କ ସ୍ୱାମୀଙ୍କର ରକ୍ଷା ହୋଇଥାଏ।
– ତଥା ମାତା ପାର୍ବତୀଙ୍କ କୃପାରୁ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ମଙ୍ଗଳସୂତ୍ର ଧାରଣ କରିବାର ସଠିକ୍‍ ନିୟମ ଓ କିଛି ସାବଧାନତା :

– ମଙ୍ଗଳସୂତ୍ର ନିଜେ କିଣନ୍ତୁ ନହେଲେ ନିଜ ସ୍ୱାମୀଙ୍କ ଠାରୁ ନିଅନ୍ତୁ।
– ଅନ୍ୟ କାହାଠାରୁ ମଙ୍ଗଳସୂତ୍ର ନେବା ଉତ୍ତମ ହୋଇ ନଥାଏ।
– ମଙ୍ଗଳସୂତ୍ର ମଙ୍ଗଳବାର ଦିନ କିଣନ୍ତୁ ନାହିଁ।
– ଧାରଣ କରିବା ପୂର୍ବରୁ ଏହାକୁ ମାତା ପାର୍ବତୀଙ୍କୁ ଅର୍ପଣ କରନ୍ତୁ।
– ଅଧିକ ଆବଶ୍ୟକ ନହେଲେ ମଙ୍ଗଳସୂତ୍ରକୁ ଖୋଲନ୍ତୁ ନାହିଁ।
– ମଙ୍ଗଳସୂତ୍ରରେ ଲାଗିଥିବା ସୁନା ଲକେଟ୍‍ ଚତୁର୍ଭୁଜ ଆକୃତିର ହୋଇଥିଲେ ବହୁତ ଭଲ ହୋଇଥାଏ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories