ଚୌଦ୍ୱାର: ଗ୍ରାମାଞ୍ଚଳରେ ଟିକା ନେଇ ନଥିବା ଲୋକମାନଙ୍କୁ ସେମାନଙ୍କ ଗ୍ରାମରେ ଟିକା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷିରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଆଗ୍ରାହାଟ ପଞ୍ଚାୟତ କୁଜିବର ଗ୍ରାମରେ ଏକ ଟିକାକରଣ ଶିବିର ଆୟୋଜିତ ହୋଇ ଯାଇଛି। ରୋଟାରୀ କ୍ଲବ୍ କଟକ ଅଭିନବ ଓ ନେତାଜୀ କ୍ଲବ୍ର ମିଳିତ ଆନୁକୁଲ୍ୟରେ ସାଧୁସୁନ୍ଦର ପର୍ଯ୍ୟଟନ କେନ୍ଦ୍ରରେ ଆୟୋଜିତ ଶିବିରରେ କଟକ ସିଟି ହସପିଟାଲର କର୍ମକର୍ତ୍ତାମାନେ କୁଜିବର ଗ୍ରାମର ୪୫ ବର୍ଷରୁ ଉର୍ଦ୍ଧ ମୋଟ ୨୧୫ ଜଣ ନାଗରିକଙ୍କୁ କୋଭିସିଲ୍ଡ ପ୍ରଥମ ପାନ ଟିକା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପାଠାଗାର ସମ୍ପାଦକ କରୁଣାକର ବେହେରା ଉଦ୍ଘାଟନ କରିଥିଲେ। ରୋଟାରୀ ସଭାପତି ସୁଧାଂଶୁ ଶୋଖର ଜେନା, ଜୀବନ ପଟ୍ଟନାୟକ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ, ଆଲୋକ ବାରିକ୍, ଉମେଶ ଚନ୍ଦ୍ର ସାହାଣୀ, ଶିକ୍ଷାବିତ୍ ବାସୁଦେବ ସାହୁଙ୍କ ସମେତ ନେତାଜୀ କ୍ଲବର ସଦସ୍ୟମାନେ ଶିବିର ପରିଚାଳନା କରିଥିଲେ।
Popular Categories



