ବେଗୁନିଆ: ବାଘମାରୀ ଥାନା ଅଧିକାରିଣୀଅର୍ଚ୍ଚନା ମଲ୍ଲିକଙ୍କ ନିର୍ଦେଶରେ ଗତକାଲି ରାତିରେ ଥାନା ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଥାନା କର୍ମଚାରୀମାନଙ୍କ ସହାୟତାରେ ବାଘମାରୀ-ସିମୋର ରାସ୍ତାରୁ ୨ଟି ପଥର ବୋଝେଇ ଟ୍ରାକ୍ଟର ଜବତ କରି ଥାନାରେ ରଖିଛନ୍ତି। ଗାଡି ଦୁଇଟିର ଡ୍ରାଇଭର ସିମୋର ଗ୍ରାମର ପବିତ୍ର ସାହୁ ଏବଂ ଅଟ୍ରି ଗ୍ରାମର ସତ୍ୟରଞ୍ଜନ ବଳିଆରସିଂଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସେହିପରି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶ କ୍ରମେ ବେଗୁନିଆ ତହସିଲ କାର୍ଯ୍ୟାଳୟର ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ,ସଂଜୟରଞ୍ଜନ ସେନାପତି, ନିର୍ମଳ ସାହୁ ଏବଂ ଶଙ୍କର୍ଷଣ ପାଇକରାୟ ସିକୋ ଠାରୁ ଏକ ସ୍ପଲ ବୋଝେଇ ହାଇୱା ଜବତ କରି ବେଗୁନିଆ ଆଣି ଆସୁଥିବା ବେଳେ ଭୁଇଁପୁର ଠାରୁ ଏକ ବାଲି ବୋଝେଇ ହାଇୱା ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ। ଆଜି ଗାଡି ଦୁଇଟିରୁ ୬୫ ହଜାର ଟଙ୍କା ଜରିମାନା ଆଦାୟ କରି ଛାଡି ଦିଆଯାଇଛି।
Popular Categories



