www.samajalive.in
Friday, December 12, 2025
27.1 C
Bhubaneswar

ଦୀକ୍ଷାନ୍ତ ମାଧ୍ୟମରେ ନବରଙ୍ଗପୁରର ଲୁପ୍ତପ୍ରାୟ ସିଙ୍ଗବାଜା କଳାର ପୁନଃରୁଦ୍ଧାର ପାଇଁ ପ୍ରୟାସ

ନବରଙ୍ଗପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେ଼ମୀ ଭୁବନେଶ୍ୱର ଦ୍ୱାରା ଆୟୋଜିତ ‘ଦୀକ୍ଷାନ୍ତ’ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୁପ୍ତ ହୋଇ ବସିବାକୁ ଥିବା ବିଭିନ୍ନ ଅଂଚଳର କଳା ଓ ସଂସ୍କୃତିକୁ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଓଡିଶା ସଂଗୀତ ନାଟକ ଏକାଡେ଼ମୀ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାର ପୁରୁଣା ଏବଂ ଏବଂ ଏହି ଆଦିବାସୀ ଅଂଚଳର କଳା ତଥା ସିଙ୍ଗବାଜାର ପୁନଃରୁଦ୍ଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତର ବାଙ୍କସର୍ଗି ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟରେ ଲୁପ୍ତ ହୋଇ ବସିବାକୁ ଥିବା କଳା ଓ ସଂସ୍କୃତିକୁ ଜୀବିତ କରି ରଖିବାକୁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ଏହି ଅଂଚଳର ଲୁପ୍ତ ଥିବା ସିଙ୍ଗବାଜା କଳାକାରଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ରାଜ୍ୟ କଳା ଓ ସଂସ୍କୃତି ପରିଷଦ ତରଫରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୁପ୍ତ ପାଉଥିବା କଳା ଓ ସଂସ୍କୃତି ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ସିଙ୍ଗ ବାଜା, କଳାହାଣ୍ଡିର ଘୁମୁରା, ମାଲକାନଗିରିର ଝୁମର, ବରଗଡ଼ର ଶବ୍ଦ ନୃତ୍ୟ, ସନପୁରର ଶୋଉଳ ସୁଅlଙ୍ଗ, ଗଞ୍ଜାମର ସଖି ନାଚ ଏବଂ କେଉଁଝରର କଣ୍ଢେଇ ନାଚକୁ ପୁନଃରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏମାନଙ୍କୁ ୬ ମାସ ତାଲିମ ଦେବା ସହ ତାଲିମ ସମୟରେ ମୁଖ୍ୟ ଗୁରୁଙ୍କୁ ମାସିକ ୫ ହଜାର ଏବଂ ଅନ୍ୟ ୧୦ ଜଣ କଳାକାରଙ୍କୁ ମାସିକ ୧୫ ଶହ ଟଙ୍କା ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବା ପରେ ସେମାନଙ୍କ କଳାକୁ ରାଜ୍ୟ ଏବଂ ରାଜ୍ୟ ବାହାରେ ପ୍ରଦର୍ଶନ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଉପାଧ୍ୟାକ୍ଷ ତ୍ରିନାଥ ପ୍ରଧାନ, ସୁଶାନ୍ତ କୁମାର ବେହେରା, ଲୋକ କଳା ଗବେଷକ ଡ଼ଃ ଅଜୟ ମିଶ୍ର, ଓଡିଶା ସଂଗୀତ ସାଧାରଣ ପରିଷଦର ସଦସ୍ୟ ଧ୍ୟାନ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories