ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଟାମ୍ପରସରା ଜୟକୃଷ୍ଣ କର ଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା। ସେ ଟାମ୍ପରସରା ଉଚ୍ଚ ବିଦ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାମ କରି ଗତ ୨୦୨୦ ମସିହାରେ ଅବସର ଗ୍ରହଣ କରିଥିଲେ। ସେ ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଥିଲେ ତେଣୁ ଅଞ୍ଚଳରେ ଉଚ୍ଚ ପ୍ରଶଂସିତ ଥିଲେ। ଏହା ବ୍ୟତୀତ ସେ କୃଷ୍ଣ ପ୍ରେମୀ ଥିଲେ। ତାଙ୍କର ଦୁଇ ପୁଅ ସୂର୍ଯ୍ୟ ନାରାୟଣ ଓ ଦିବ୍ୟ ନାରାୟଣ ଓ ପତ୍ନୀଙ୍କୁ ଛାଡ଼ି ସେ ଚାଲିଯାଇଛନ୍ତି। ତାଙ୍କର ଶେଷ ଦର୍ଶନ ପାଇଁ ଶତାଧିକ କୃଷ୍ଣ ପ୍ରେମୀ ଉପସ୍ଥିତ ଥିଲେ। ତାଙ୍କର ଏହି ବିୟୋଗରେ ଟାମ୍ପରସରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ତାଙ୍କର ବଡ଼ ପୁଅ ମୁଖାଗ୍ନୀ ଦେଇଥିଲେ।
Popular Categories



