www.samajalive.in
Saturday, December 13, 2025
26.1 C
Bhubaneswar

ମୁଁ ଦେଶରୁ ଟଙ୍କା ନେଇ ପଳାଇ ଆସିଥିବା ଖବର ମିଛ, ରହିଥିଲେ ତାଲିବାନ ମୋତେ ହତ୍ୟା କରିଥାନ୍ତେ- ଘନି

ଆବୁଧାବି: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶଛାଡି ପଳାଇଯାଇଥିବା ଦେଶର ରାଷ୍ଟ୍ରପତି ଆସରଫ ଘନି ସଂପ୍ରତି ସଂଯୁକ୍ତ ଆରବ ଏମିରେଟସରେ ଶରଣ ନେଇଛନ୍ତି। ସେ ନିଜ ସହିତ ବିପୁଳ ପରିମାଣର ଅର୍ଥ ନେଇ ପଳାଇଥିବା ସମ୍ପର୍କରେ କିଛିଦିନ ଧରି ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିବାବେଳେ ତାହାକୁ ଖଣ୍ଡନ କରିଛନ୍ତି ଘନି। ସେ କହିଛନ୍ତି ଏସବୁ ଖବର ସଂପୂର୍ଣ୍ଣ ମିଛ। ସେ ଦେଶରେ ରହିଥିଲେ ତାଲିବାନମାନେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥାନ୍ତେ। ଘନି ଏହା ମଧ୍ୟ କହିଛନ୍ତି ଯେ ସେ କେବଳ ନିଜର ହଳେ ପାରମ୍ପରିକ ପୋଷାକ, ଏକ ଗଞ୍ଜି ଏବଂ ପିନ୍ଧିଥିବା ସାଣ୍ଡାଲ ସାଙ୍ଗରେ ଆଣିଛନ୍ତି।

ରେକର୍ଡ କରାଯାଇଥିବା ଏକ ଭିଡିଓ ବାର୍ତ୍ତା ଘନିଙ୍କର ଫେସବୁକ ପେଜରେ ପ୍ରସାରିତ ହେଉଛି। ଏଥିରେ ସେ କାବୁଲ ଛାଡିବା ନେଇ ତାଙ୍କ ନିଷ୍ପତ୍ତି ଠିକ୍‍ ବୋଲି ଦର୍ଶାଇଛନ୍ତି। ରକ୍ତପାତ ଏଡାଇବାକୁ ଏହା ଏକମାତ୍ର ଉପାୟ ଥିଲା ବୋଲି ସେ କହିଛନ୍ତି। ସଂପ୍ରତି ସେ ଏମିରେଟସରେ ଅଛନ୍ତି। ଏହାଦ୍ୱାରା ଦେଶରେ ରକ୍ତପାତ ଓ ହିଂସା ବନ୍ଦ ହେବ ବୋଲି ତାଙ୍କର ଆଶା। ନିଜ ଦେଶକୁ ଫେରିବା ପାଇଁ ସେ ଆଲୋଚନା କରୁଛନ୍ତି। ନିଜ ଦେଶ ଛାଡି ପଳାଇଯିବା ସମ୍ପର୍କରେ ବିସ୍ତୃତ ଭାବେ ପ୍ରକାଶ କରି ସେ କହିଛନ୍ତି, ସେ ଏଭଳି ପରିସ୍ଥିତିରେ ଆସିଛନ୍ତି ଯେ ସାଙ୍ଗରେ ଚପଲ କିମ୍ବା ନିଜର ଜୋତା ମଧ୍ୟ ଆଣିପାରିନାହାନ୍ତି। ଯଦି ସେଠାରେ ସେ ରହିଥାନ୍ତେ ତେବେ ଏକ ନିର୍ବାଚନ ରାଷ୍ଟ୍ରପତିଙ୍କୁ ପୁଣି ଆଫଗାନ ଜନସାଧାରଣଙ୍କ ସମ୍ମୁଖରେ ଫାଶୀ ଦିଆଯାଇଥାନ୍ତା। ସୂଚନାଯୋଗ୍ୟ ଯେ କାବୁଲସ୍ଥିତ ରୁଷିଆ ଦୂତାବାସ ପକ୍ଷରୁ ଏକ ବିବୃତିରେ ଘନି ନିଜ ସହିତ ଚାରିଟି କାର ଏବଂ ଏକ ହେଲିକପ୍ଟର ସହିତ ବିପୁଳ ଅର୍ଥ ଧରି କାବୁଲ ଛାଡିଥିବା କଥାକୁ ଘନି ଦୃଢ ଭାବରେ ଖଣ୍ଡନ କରିଛନ୍ତି। ସେହି ସମୟରେ ଦେଶର ପୂର୍ବତନ ରାଷ୍ଟ୍ରପତି ହମିତ କାରଜାଇ ଏବଂ ତାଲିବାନର ବରିଷ୍ଠ ସଦସ୍ୟଙ୍କ ମଧ୍ୟରେ ଆଲୋଚନା ପ୍ରକ୍ରିୟାକୁ ସେ ସମର୍ଥନ କରିଛନ୍ତି। ଏହି ପ୍ରକ୍ରିୟା ଆଗକୁ ବଢିବା ଆବଶ୍ୟକ ବୋଲି ଆସରଫ ଘନି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories